ବଲାଙ୍ଗୀର ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ! ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା, ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କଲେ ନବୀନ ।

Advertisment
ବଲାଙ୍ଗୀର ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ! ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା, ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କଲେ ନବୀନ ।

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ବଲାଙ୍ଗୀର ଗସ୍ତ କରିଛନ୍ତି । ମହାସମାବେଶରେ ମିଶନ ଶକ୍ତି ମା ମାନଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ।  ମିଶନ ଶକ୍ତି ଗୃହର କାର୍ଯ୍ୟାଦେଶ ବଂଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏସଏଚଜିକୁ ଟଙ୍କା ଫେରସ୍ତ କରାଯାଇଛି ।  ମିଶନ ଶକ୍ତି ଭବନ ପାଇଁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଏହା ସହ ମୋବାଇଲ କିଣିବାକୁ ୩ ହଜାର ଟଙ୍କା ଦିଆଯାଇଛି । ବ୍ଲକ ସ୍ତରୀୟ ମହାସଂଘ ପାଇଁ ସହାୟତା ଓ ମିଶନ ଶକ୍ତି ଗୃହ ଯୋଗାଇଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

publive-imageଉଲ୍ଲେଖଯୋଗ୍ୟ ଯେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଏବେ ୧୮ ବର୍ଷ ମଧ୍ୟରେ ଅନେକ ମହିଳାଙ୍କୁ ନିଜ ଗୋଡ଼ରେ ଛିଡା ହେବା ଶିଖାଇଛି । ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ଆଜି ୭୦ ଲକ୍ଷ ମହିଳା ସଶକ୍ତ । ସେମାନଙ୍କୁ ରାଜ୍ୟ ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଡିଜିଟାଲ୍ ସଶକ୍ତିକରଣ ସହାୟତା, ବ୍ଲକସ୍ତରୀୟ ମହାସଂଘ ପାଇଁ ସହାୟତା ପ୍ରଦାନ କରୁଛନ୍ତି। ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ଆଦି ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ ମୁଖ୍ୟମନ୍ତ୍ରୀ ନବୀନଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ରାଜ୍ୟର ଅସଂଖ୍ୟ ମହିଳା ମିଶନ ଶକ୍ତି ପାଇଁ ନିଜ ପରିଚୟ ପାଇଛନ୍ତି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe