କନକ ବ୍ୟୁରୋ: ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁ ସେନା ପାଇଲଟ୍ କମାଣ୍ଡରଙ୍କ ପାଇଁ ସାରା ଦେଶ ଦୁଃଖ କରୁଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ଭାରତୀୟ ବାୟୁ ସେନାର ସାହାସକୁ ସାଲ୍ୟୁଟ୍ କରିବା ସହ ପାଇଲଟ ସୁରକ୍ଷିତ ଭାବେ ଦେଶକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।
Saluting the courage and valour of our forces, I hope and pray for the wellbeing and safe return of our brave pilot. #OurForceOurHero
— Naveen Patnaik (@Naveen_Odisha) February 28, 2019
ଗତକାଲି ପାକିସ୍ତାନ ସେନା ବିମାନ ଏଫ୍-୧୬ ଭାରତରେ ଆକ୍ରମଣ ଉଦ୍ୟମ କରିବା ବେଳେ ଭାରତୀୟ ସେନା ଗୁଳି ମାରି ବିମାନଟିକୁ ଖସାଇ ଦେଇଥିଲେ। ସେହିପରି ପାକିସ୍ତାନୀ ସେନା ମଧ୍ୟ ଭାରତର ଏକ ଯୁଦ୍ଧ ବିମାନକୁ ଖସାଇବା ସହ ଜଣେ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ନେଇ ଯାଇଥିବା ସୂଚନା ରହିଛି।