କନକ ବ୍ୟୁରୋ: ଟ୍ରକ୍ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରି ତହସିଲଦାର ନିଲମ୍ବନ ହେବା ଘଟଣା ପରେ ଏବେ ମଧ୍ୟପ୍ରଦେଶରେ ଏଭଳି ଆଉ ଏକ ଘଟଣା ଘଟିଛି । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବାକୁ ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଦୁଇଜଣ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ ଏସଡିଏମଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ରାଜ୍ୟରେ ଏଭଳି ଅମାନବୀୟ କାର୍ଯ୍ୟକୁ କେବେବି ସହ୍ୟ କରାଯିବନି ବେଲି ସ୍ପଷ୍ଟ କରିଛନ୍ତି ।

ସୂଚନା ମୁତାବକ, ଦୁଇଜଣ ଯୁବକ ଖେରୀରୁ ଭରାଲି ଯାଉଥିଲେ । ବାଟରେ ବାନ୍ଧବଗଡ ଏସଡିଏମଙ୍କ ଗାଡି ଆସୁଥିଲା । କିନ୍ତୁ ଯୁବକ ଜଣକ ଗାଡି ସାଇଡ୍ କରିନଥିଲେ । କିନ୍ତୁ କିଛି ମିନିଟରେ ଆଗପଟୁ ତହସିଲଦାରଙ୍କ ଗାଡି ଆସି ସେମାନଙ୍କ ବାଟ ରୋକିଥିଲା । ଦୁଇ ଯୁବକଙ୍କ କାରକୁ ଅଟକାଇଥିଲେ ଏବଂ ଉଭୟ ତହସିଲଦାର ଓ ଏସଡିଏମଙ୍କ ଡ୍ରାଇଭର ମିଶି ଦୁଇ ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ ।

କୌଣସି ସୂତ୍ରରୁ ଖବର ପାଇ କୋତୱାଲି ସିଭିଲ ଲାଇନ୍ ଚୌକି ପେଲିସ ସେଠାରେ ପହଞ୍ଚିବା ବେଳକୁ ଯୁବକଙ୍କ କାର ଭଙ୍ଗାରୁଜା ହୋଇଥିବାବେଳେ ଦୁଇଜଣ ଯୁବକ ଆହତ ହୋଇ ତଳେ ପଡିଥିଲେ । ସେଥିରୁ ଜଣେ ଯୁବକ ଶିବମ୍ ଏତେ ଗୁରୁତର ହୋଇପଡିଥିଲେ ଯେ ପୋଲିସକୁ କିଛି କହିବାକୁ ତାଙ୍କର ଜୁ ନଥିଲା । ଉଭୟଙ୍କୁ ନେଇ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ଏ ଖବର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପାଖରେ ପହଞ୍ଚିଥିଲା । ଘଟଣାର ଗୁରୁତ୍ୱକୁ ବୁଝି ସେ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ଯଥାଶୀଘ୍ର ଏସଡିଏମଙ୍କୁ ତାଙ୍କ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।