କନକ ବ୍ୟୁରୋ: ମଧ୍ୟପ୍ରଦେଶ ସାଜାପୁର ଟ୍ରକ୍ ଡ୍ରାଇଭରଙ୍କ ସହ ଜଡିତ ଏକ ଘଟଣାକୁ ନେଇ ମଧ୍ୟ ପ୍ରଦେଶ ସରକାରଙ୍କ କଠୋର ପଦକ୍ଷେପ । ମିଟିଙ୍ଗରେ ଜଣେ ଡ୍ରାଇଭରଙ୍କୁ ତାଙ୍କ ଔକାତ୍ ପଚାରିଲେ ବୋଲି ଜିଲ୍ଲାପାଳ ପଦରୁ ହଟିଲେ କିଶୋର କନ୍ୟାଲ ।
ସାଜାପୁର ଜିଲ୍ଲାପାଳଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ୍ ଯାଦବ । ତାଙ୍କ ସରକାର ଗରୀବଙ୍କ ସରକାର । ତେଣୁ ତାଙ୍କ ରାଜ୍ୟରେ ସମସ୍ତଙ୍କୁ ସମାନ ସମ୍ମାନ ମିଳିବା ଦରକାର । ଜିଲ୍ଲାପାଳଙ୍କ ଅଶାଳୀନ ବାକ୍ୟ ବ୍ୟବହାର ସେ କେବେବି ବରଦାସ୍ତ କରିବେ ନାହିଁ । କାରଣ ସେ ନିଜେ ଜଣେ ଶ୍ରମିକଙ୍କ ପୁଅ । ତେଣୁ ଅଧିକାରୀ ସାଧାରଣ ଜନତାଙ୍କ ସମସ୍ୟା ବାଝିବା ବେଳେ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ବୋଲି ଜିଲ୍ଲାପାଳ କିଶୋର କନ୍ୟାଲଙ୍କୁ ଚେତାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।
ସୂଚନା ମୁତାବକ, ଟ୍ରକ୍ ଡ୍ରାଇଭରଙ୍କ ଆନ୍ଦାଳନ ପ୍ରତ୍ୟାହାର କରିବାକୁ ଜିଲ୍ଲାପାଳଙ୍କ ସହ ଡ୍ରାଇଭର ସଂଘର ଏକ ବୈଠକ ଚାଲିଥିଲା । ଏହି ସମୟରେ ଜଣେ ଡ୍ରାଇଭର ନିଜର ସମସ୍ୟା କହୁଥିବାବେଳେ ରାଜିଯାଇଥିଲେ ଜିଲ୍ଲାପାଳ ଏବଂ ତାଙ୍କର ଔକାତ୍ କ’ଣ ବୋଲି ପଚାରିଥିଲେ ।