ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତୃତୀୟ ମହଲା ପ୍ରବେଶ। ସକାଳ ୯ଟା ୩୦ ଶୁଭ ସମୟ ନିର୍ଘଣ୍ଟ। ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ଯିବେ ଲୋକସେବା ଭବନ ।

177

କନକ ବ୍ୟୁରୋ: ଆଜି ତୃତୀୟ ମହଲାରେ ପ୍ରବେଶ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ ୯ଟା ୩୦ ଏଥିପାଇଁ ଶୁଭ ସମୟ ନିର୍ଘଣ୍ଟ କରାଯାଇଛି । ଜୁନ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ । ତେବେ ସେ ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଆସି ନଥିଲେ । ରାଜ୍ୟ ଅତିଥି ଭବନରେ ଅସ୍ଥାୟୀ କାର୍ୟ୍ୟାଳୟ ଖୋଲି କାମ କରୁଥିଲେ । ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ନବୀକରଣ କରାଯାଇଛି। ଆଜି ସେହି ପ୍ରକୋଷ୍ଠରେ ବସି କାର୍ୟ୍ୟ କରିବେ ମୋହନ ମାଝୀ । ସକାଳ ୯ଟା ୩୦ରେ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ସହ ଲୋକସେବା ଭବନ ଯିବେ ମୋହନ । ତେବେ ୨୦୨୦ ମସିହା କୋଭିଡ ସମୟରୁ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏହି ତୃତୀୟ ମହଲା କାର୍ୟ୍ୟାଳୟକୁ ଯାଉ ନଥିଲେ । ୨୦୨୦ ମାର୍ଚ୍ଚରୁ ସେ ମାତ୍ର ୨ ଥର ସେହି କାର୍ୟ୍ୟାଳୟକୁ ଯାଇଥିଲେ ।