ସରକାରୀ ଜମିରୁ ହଟିବ ଜବର ଦଖଲ । ମୁଖ୍ୟମନ୍ତ୍ରୀ କହିଲେ ଜବରଦଖଲ ଯୋଗୁଁ ବିକାଶ ହେଉଛି ବାଧାପ୍ରାପ୍ତ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ ।

ସରକାରୀ ଜମିରୁ ହଟିବ ଜବର ଦଖଲ । ମୁଖ୍ୟମନ୍ତ୍ରୀ କହିଲେ ଜବରଦଖଲ ଯୋଗୁଁ ବିକାଶ ହେଉଛି ବାଧାପ୍ରାପ୍ତ, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ ।

କନକ ବ୍ୟୁରୋ: କାହା କବ୍ଜାରେ ଅଛି ସରକାରୀ ଜମି । ତୁରନ୍ତ ସେମାନଙ୍କୁ ଚିହ୍ନଟ କରାଯିବ । ଜବରଦଖଲ ଜମିରେ ବାଡ ବସାଇ ଭଲଭାବେ ଦେଖାଗଲା ଭଳି ସାଇନବୋର୍ଡ ଲାଗିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜସ୍ୱ ବିଭାଗ। ଏହି ଚିଠି ଏବେ ବେଆଇନ୍ ଜମି ଜବରଦଖଲକାରୀଙ୍କ ଛନକା ବଢାଇଛି। ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟିବ। ମୁଖ୍ୟମନ୍ତ୍ରୀ କହିଛନ୍ତି,ସରକାରୀ ଜମିଗୁଡ଼ିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ୟ୍ୟ ନିମନ୍ତେ ବ୍ୟବହାର ହୁଏ। ଜବରଦଖଲ ଯୋଗୁଁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଜରୁରୀ । ଏହାସହ ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି।

ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲେଖିଛନ୍ତି ଚିଠି । ଯେଉଁଥିରେ ନିର୍ଦ୍ଦେଶ ଦିଆଯାଇଛି ଯେ, ଜବରଦଖଲ ହୋଇଥିବା ସରକାରୀ ଜମିଗୁଡିକର ନିୟମ ଅନୁଯାୟୀ ପ୍ରଥମେ ସର୍ଭେ କରାଯିବ । ଯଦି ଜବରଦଖଲ ହୋଇଥାଏ, ଏହାକୁ ଉଚ୍ଛେଦ କରିବା ସହ ଏଥିରେ ବାଡ଼ ବୁଲାଯିବ । ଏନେଇ ଜିଳ୍ଲାସ୍ତରରେ ଥିବା ପାଣ୍ଠିକୁ ବ୍ୟବହାର କରି ବିଭାଗକୁ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିର୍ଦ୍ଦେଶନାମାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ । ସରକାର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା । ନୂଆ ସରକାର ଆସିବା ପରେ ଏନେଇ ପଦକ୍ଷେପ ନେଇଛନ୍ତି । ପ୍ରଶ୍ନ ଉଠୁଛି, ଜବରଦଖଲ ଉଚ୍ଛେଦ କେବେଠୁ ଆରମ୍ଭ ହେବ? ସ୍ଥାନୀୟ ଲୋକ ବିରୋଧ କଲେ, କେମିତି ସାମ୍ନା କରିବେ ସରକାର ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe