କନକ ବ୍ୟୁରୋ : ସାରା ରାଜ୍ୟରେ ଆଜି ପହିଲି ରଜକୁ ହସ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଲୋକମାନଙ୍କ ସହ ମିଶି ରଜ ପାଳନ କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ରଜ ମହୋତ୍ସବରେ ପୋଡ ପିଠା ଖାଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରଥମ ସରକାରୀ କାର୍ଯ୍ୟକ୍ରମରେ ଲୋକଙ୍କ ସହ ସାମିଲ ହୋଇ ରଜ ମଉଜର ଉପଭୋଗ କରିବା ସାଂଗକୁ ଓଡିଆ କଳା, ସଂସ୍କୃତି, ଐତିହ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ  । ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବର ମଧ୍ୟ ଉଦଘାଟନ କରିଛନ୍ତି । ପୋଡ ପିଠା ଖାଇ ଗୋଟିପୁଅ ଓ ଓଡିଶୀ ନୃତ୍ୟକୁ ଉପଭୋଗ କରିବା ସହ ମୁଭିଂ ସେନ୍ସର ଡାଇନୋସରର ଉଦଘାଟନ କରିଛନ୍ତି ।

Advertisment

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ବାବୁ ସିଂ, ସଚିବ ସାଲିନ୍ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ । ଏହି କ୍ରମରେ ଲୋକଙ୍କ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସରକାର ଓ ଜନତାଙ୍କ ମଧ୍ୟରେ ସଂପର୍କ ସ୍ଥାପନ ପାଇଁ ଏହି ରଜମହୋତ୍ସବ ଏକ ମାଧ୍ୟମ । ଆମ ସରକାର ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି । ଏହାସହ ରଜ ମହୋତ୍ସବକୁ ଜାକ ଜମକରେ ପାଳନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।