କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ କେନ୍ଦୁଝର ଆନନ୍ଦପୁରରୁ ଆସିଥିବା ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଲେ ମୋହନ । ପ୍ରଥମ ଶୁଣାଣିରେ ଅଭିଯୋଗ ନେଇ ଆସିଥିବା ଭୂମିହୀନ ବ୍ୟକ୍ତିଙ୍କୁ ଜାଗା ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅଭିଯୋଗ ଶୁଣାଣି ପରେ ଉକ୍ତ ବ୍ୟକ୍ତି କହିଛନ୍ତି, ଭୂମିହୀନ ହୋଇଥିବାରୁ ଦୀର୍ଘଦିନ ଧରି ଜମି ପାଇବାକୁ ଜିଲ୍ଲାପାଳଙ୍କ ଅଫିସକୁ ଧାଉଁଥିଲି । କିନ୍ତୁ କେହି ମୋ କଥା ଶୁଣିନଥିଲେ । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମୋ ଅଭିଯୋଗ ଜଣାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ବେଶ କିଛି ସମୟ କଥା ହେବା ପରେ ଜମି ମିଳିବାକୁ ପ୍ରତିଶ୍ରୁତି ମିଳିଛି । ଆଗାମୀ ମାସେ କି ଦୁଇମାସ ମଧ୍ୟରେ ଜମି ମିଳିବ ବୋଲି ପ୍ରତିଶ୍ରୁତି ପାଇଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ମାତ୍ରେ ତୁରନ୍ତ ଏବାବଦରେ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/25.jpg)