କନକ ବ୍ୟୁରୋ : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟୀତ୍ୱ ନେବା ପରେ ଆଜି ପ୍ରଥମଥର ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରାରମ୍ଭିକ ଭାବେ ଔପଚାରିକ ବୈଠକ ହୋଇଛି । ଏହି ବୈଠକରେ ରାଜ୍ୟର ବର୍ତମାନ ସ୍ଥତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏବେ ରାଜ୍ୟରେ ସରକାରଙ୍କ ପାଇଁ ଥିବା ମୁଖ୍ୟ ଚ୍ୟାଲେଞ୍ଜ ଗୁଡିକ ବାବଦରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂଦେଓ, ପ୍ରଭାତୀ ପରିଡା ଏବଂ ଉନ୍ନୟନ କମିଶନର, ଅର୍ଥ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଉପସ୍ଥିତ ଥିଲେ ।