ଦିଲ୍ଲୀରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ସୁଭଦ୍ରା ଯୋଜନା

396

କନକ ବ୍ୟୁରୋ : ସୁଭଦ୍ରା ଯୋଜନା କେବେ ଲାଗୁ ହେବ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଦିଲ୍ଲୀଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି ସେପ୍ଟେମ୍ବର ୧୭ ତାରିଖରୁ ସୁଭଦ୍ରା ଯୋଜନା ଲାଗୁହେବ । ଦିଲ୍ଲୀରେ ପ୍ରବାସୀ ଓଡ଼ିଆମାନଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଏହି ଅବସରରେ ରାଜ୍ୟର ମହିଳାମାନଙ୍କ ପାଇଁ ନିର୍ବାଚନ ବେଳେ ବିଜେପି ଘୋଷଣା କରିଥିବା ସୁଭଦ୍ରା ଯୋଜନା ଲାଗୁ କରାଯିବ ।

ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ । ଏହି ଦିନ ୫ ଲକ୍ଷ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ନିଜ ହାତରେ ସୁଭଦ୍ରା ଯୋଜନାର ଗିଫ୍ଟ ଭାଉଚର ବଣ୍ଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ।