କନକ ବ୍ୟୁରୋ : ଆଜିଠାରୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କଠାରୁ ନେବେ ରିପୋର୍ଟ କାର୍ଡ । ଏହି କ୍ରମରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଏସସି ଏସଟି ଉନ୍ନୟନ ମନ୍ତ୍ରୀ ରମେଶ ମାଝି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ପାଳ ପଢୁଛି । ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୃତି ଅନୁୟାୟୀ କାମ ହେଉଛି ନା ନାହିଁ । ଯୋଜନାକୁ କାର୍ଯ୍ୟର୍କାରୀ କରିବାରେ କେଉଁଠି ଅସୁବିଧା ରହୁଛି । ଖାଲିଥିବା ପଦବୀ ପୂରଣ ପାଇଁ କି ପଦକ୍ଷେପ ନିଆଯାଉଛି । ଏ ସମ୍ପର୍କରେ ବିସ୍ତୁତ ବିବରଣୀ ମନ୍ତ୍ରୀଙ୍କଠାରୁ ଚାହିଁବେ ମୁଖ୍ୟମନ୍ତ୍ରୀ ।
ଆଜି ତିନିଜଣ ମନ୍ତ୍ରୀଙ୍କ ପାଳି ଥିବାବେଳେ ସପ୍ତାହେ ଧରି ସବୁଦିନ ବିଭିନ୍ନ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଛଡା ପ୍ରତ୍ୟେକ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବେ ।