ହରିୟାଣାରେ ଜୁନ୍ ୭ ଯାଏଁ ବଢିଲା ଲକଡାଉନ୍ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଅଡ୍-ଇଭିନ୍ ଫର୍ମୁଲାରେ ଖୋଲିବ ଦୋକାନ ।

129

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସାରା ଭାରତରେ କାୟା ମେଲାଇଥିବା ବେଳେ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ବିଭିନ୍ନ ରାଜ୍ୟରେ କଟକଣା ଜାରି କରାଯାଇଛି । କେଉଁଠି ଲକଡାଉନ୍ ତ ଆଉ କେଉଁଠି ସଟଡାଉନ୍ ଭଳି ପ୍ରତିବନ୍ଧକର ରାସ୍ତା ଆପଣାଯାଇଛି । ଆଉ ଏହାରି ଭିତରେ ହରିୟାଣାରେ ପୁଣି ବଢିଛି ଲକଡାଉନ୍ ଅବଧି ।

ଜୁନ୍ ୭ତାରିଖ ଯାଏଁ ହରିୟାଣାରେ ତାଲାବନ୍ଦ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । କିନ୍ତୁ ତାଲାବନ୍ଦ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଲକଡାଉନ୍ ସମୟରେ ଅଡ୍-ଇଭିନ୍ ଫର୍ମୁଲାରେ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ଦୋକାନ ଗୁଡିକୁ ସକାଳ ୯ଟାରୁ ଦିନ ୩ଟା ଯାଏଁ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଅଡ୍-ଇଭିନ୍ ଫର୍ମୁଲାକୁ ଅନୁସରଣ କରି ଦୋକାନ ଖୋଲିପାରିବେ ଦୋକାନୀ । ସେହିପରି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଜୁନ୍ ୧୫ ତାରିଖ ଯାଏଁ, ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।