ବିଜୟ ପରେ ସାମ୍ନାକୁ ଆସିଲେ ଦିଦି । କହିଲେ କରୋନା ପାଇଁ ହେବନି ବିଜୟ ଶୋଭାଯାତ୍ରା । ନିୟମ ମାନ, ଘରକୁ ଫେରିଯାଅ…

570

କନକ ବ୍ୟୁରୋ: ବିଜୟ ପରେ ସାମ୍ନାକୁ ଆସିଲେ ମମତା । ନନ୍ଦିଗ୍ରାମ ବିଜୟ ସହ ପଶ୍ଚିମବଙ୍ଗରେ ଟିଏମସି ଭଲ ପ୍ରଦର୍ଶନ ନେଇ ସମସ୍ତଙ୍କୁ ଧନ୍ୟବାଦ ଦେଲେ ମମତା । ମହାମାରୀ ପାଇଁ ବିଜୟ ଉତ୍ସବ ପାଳିବେନି ଦିଦି । କହିଲେ ସମସ୍ତେ ନିଜ ନିଜ ଘରକୁ ଫେରିଯାଅ । ମୁଁ ସନ୍ଧ୍ୟା ୬ଟା ପରେ ଗଣମାଧ୍ୟମରେ ସୂଚନା ଦେବି । ବିଜୟ ଉତ୍ସବ ନେଇ ପରେ ନିଷ୍ପତ୍ତି ନିଆଯିବ । ଅନେକ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି । ସମସ୍ତେ ମାସ୍କ ପିନ୍ଧନ୍ତୁ, କରୋନା ନିମୟ ମାନନ୍ତୁ ।

ବିଜୟ ପରେ ମଞ୍ଚକୁ ଆସି ଜୟ ବଙ୍ଗାଲ କହିଲେ ମମତା । ଦିଦିଙ୍କ ଗୋଡରୁ ଇତି ମଧ୍ୟରେ ପ୍ଲାଷ୍ଟର ହଟିଯାଇଛି । ଆଉ ସେ ସନ୍ଧ୍ୟା ୬ଟା ପରେ ଗଣମାଧ୍ୟମରେ ନିଜ ମନ୍ତବ୍ୟ ରଖିବେ ।

ତେବେ ନନ୍ଦିଗ୍ରାମରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ମାତ ଦେଇଛନ୍ତି ମମତା । ୧୨୦୦ ଭୋଟରେ ହରାଇଛନ୍ତି ଦିଦି । ଆଉ ବିଜୟ ପରେ ତାଙ୍କୁ ଶୁଭେଚ୍ଛା ମିଳୁଛି । ପଶ୍ଚିମବଙ୍ଗରେ ଟିଏମସି ୨୦୦ରୁ ଅଧିକ ଆସନରେ ଆବେବି ଆଗୁଆ ରହିଛି । ଆଉ ଏହି ବଡ ବିଜୟ ଅଭିମୁଖେ ଯାତ୍ରା ପାଇଁ ରାଜନାଥ ସିଂହ, ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।