ଦିଦି ପାଳୁଛନ୍ତି ‘ଖେଲା ହୋବେ’ ଦିବସ । ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ ଅଭିନବ ପ୍ରୟାସ

171

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅଭିନବ ପ୍ରୟାସ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଆରମ୍ଭ ହୋଇଛି ‘ଖେଲା ହୋବେ ଦିବସ’ । କ୍ରୀଡା କ୍ଷେତ୍ରରେ ରାଜ୍ୟରେ ଆଗେଇ ନେବାକୁ ଦଳର ନେତାମାନେ ଫୁଟବଲ ମ୍ୟାଚ୍‌ ଆୟୋଜନ କରିବେ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ଅବସରରେ ସେ ଯୁବକମାନଙ୍କ ଦ୍ୱାରା ଏହି କାର୍ୟ୍ୟକ୍ରମରେ ଅଧିକ ଅଂଶଗ୍ରହଣ କରିବାକୁ ଅପେକ୍ଷା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ହାଇ-ଆକ୍ସନ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ‘ଖେଲା ହୋବେ’ ଥିଲା ଟିଏମସି ନିର୍ବାଚନ ପ୍ରଚାରର ଟ୍ୟାଗ୍‌ ଲାଇନ୍‌। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଗତ ବର୍ଷ ଘୋଷଣା କରିଥିଲେ ଯେ ଅଗଷ୍ଟ ୧୬କୁ ରାଜ୍ୟରେ ‘ଖେଲା ହୋବେ ଦିବସ’ ଭାବରେ ପାଳନ କରାଯିବ।

୧୯୮୦ରେ କୋଲକାତାର ଇଡେନ୍‌ ଗାର୍ଡେନରେ ଏକ ଫୁଟବଲ୍‌ ମ୍ୟାଚ୍‌ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ସମ୍ମାନରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯିବ। ବରିଷ୍ଠ ଟିଏମସି ନେତା ତାପସ ରାୟ କହିଛନ୍ତି, ଦଳର ସମସ୍ତ ନେତାଙ୍କୁ ରାଜ୍ୟର ପ୍ରତ୍ୟେକ ବ୍ଲକରେ କାର୍ୟ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।