ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଆକ୍ରମଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମ ଚେତାବନୀ: କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର କଲେ ଏନଏସଏରେ ହେବେ ଗିରଫ; ଜାତୀୟ ନିରାପତ୍ତା ଆଇନରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ବିଚାର କରାଯିବ

424

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । କରୋନା ମହାମାରୀ ବିରୁଦ୍ଧରେ ଯୁଦ୍ଧ ଲଢୁଥିବା ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ତେବେ କରୋନା ଚିକିତ୍ସା ସମୟରେ ଯଦି କୌଣସି ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଏଥିସହିତ ମୃତ୍ୟୁବରଣ କରିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ତାଙ୍କ ଅବସର ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦରମା ପ୍ରଦାନ କରାଯିବ ବୋଲି ଭିଡିଓ ବର୍ତ୍ତା ଜରିଆରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ଯଦି କୌଣସି ବ୍ୟକ୍ତି କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ଏନଏସଏ ଆଧାରରେ ଗିରଫ କରାଯିବ ଆର୍ଥାତ୍ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କରିବା ଅର୍ଥ ରାଜ୍ୟ ପ୍ରତି ଆକ୍ରମଣ ସଦୃଶ । ତେଣୁ ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ବିଚାର କରାଯାଇ ଦୁର୍ବ୍ୟବହାରକାରୀଙ୍କ ବିରୁଦ୍ଧରେ ଜାତୀୟ ନିରାପତା ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚରମ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର ।

କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

• ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା

• କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ମିଳିବ ୫୦ ଲକ୍ଷ

• ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟଙ୍କା

• ମୃତ୍ୟୁ ହେଲେ ପରିବାରକୁ ଅବସର ଯାଏଁ ମିଳିବ ପୂରା ଦରମା

• ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡା ଆଭିମୁଖ୍ୟ

• ଦୁର୍ବ୍ୟବହାର କଲେ ଏନଏସଏ ହେବେ ଗିରଫ

• ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ବିଚାର କରାଯିବ

• ଜାତୀୟ ନିରାପତ୍ତା ଆଇନରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

• କରୋନା ଲଢେଇରେ ସାମିଲ ସମସ୍ତ କର୍ମଚାରୀଙ୍କୁ ସମାନ ସୁବିଧା ମିିଳିବ

• ଚିକିତ୍ସା କାମରେ ନିୟୋଜିତ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ

• କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ମିଳିବ ସହିଦର ସମ୍ମାନ

• ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ

• ଜାତୀୟ ଦିବସରେ କରୋନା ଯୋଦ୍ଧାଙ୍କୁ ମିଳିବ ସମ୍ମାନ