ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର : ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିଲେ ମୋହନ ସରକାର । ୪ ଦିନ ହେଲା ଅଖିଆଅପିଆ ଷ୍ଟେସନରେ ପଡିରହିଥିଲେ ।

611

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପାଇଁ ୪ ଦିନ କାଳ ଭୁବନେଶ୍ୱର ରେଳ ଷ୍ଟେସନରେ ଅପେକ୍ଷା କରିଥିଲେ । ନଖାଇ ନପିଇ ଷ୍ଟେସନରେ ଶୋଇ ରହିଥିଲେ ସୁଦୂର କେନ୍ଦୁଝରରୁ ଆସିଥିବା ଜଣେ ଦିବ୍ୟାଙ୍ଗ । ଏପରିକି ପାଖରେ ପଇସା ନଥିବାରୁ ଅନ୍ୟମାନଙ୍କ ଠାରୁ ଟଙ୍କା ଧାର କରି ଭୁବନେଶ୍ୱରରେ ପହଞ୍ଚିିଥିଲେ ଏହି ଦିବ୍ୟାଙ୍ଗ ଜଣଙ୍କ । ଆଜି ଅଭିଯୋଗ ପ୍ରକୋଷ୍ଠ ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦୁଃଖ ଜଣାଇଛନ୍ତି । ଆଉ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଦିବ୍ୟାଙ୍ଗଙ୍କ ପାଖରେ ପକ୍କା ଘର ନାହିଁ । ହୁଇଲ ଚେୟାର ବି ନାହିଁ । ସରକାରୀ ସୁବିଧାରୁ ବଂଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତ ବ୍ୟବସ୍ଥା ଯୋଗାଇଦେବାକୁ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିବ୍ୟାଙ୍ଗ ।