କନକ ବ୍ୟୁରୋ : ଇଡି ରିମାଣ୍ଡକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର ଆବେଦନ ଉପରେ ଶୁଣାଣୀ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କେଜ୍ରିୱାଲ । ଏଥିସହ ଆବେଦନରେ ଏକଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଗିରଫଦାରୀ ଓ ଇଡି ରିମାଣ୍ଡ ବେନିୟମ ଅଟେ । ଗୁରୁବାର କେଜ୍ରିୱାଲଙ୍କୁ ଜେରା କରିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଶୁକ୍ରବାର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି ।