କନକ ବ୍ୟୁରୋ : ଦିଲ୍ଲୀରେ ଲଗାତର ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି । ସୋମବାର ଦିନ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଦିଲ୍ଲୀରେ ୧୮ ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ । ଏନେଇ ୧.୩୪ କୋଟି ଟିକା କିଣିବା ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି କେଜ୍ରିୱାଲ । ସେ କହିଥିଲେ କି ମାଗଣାରେ ଟିକା ପ୍ରଦାନ କରାଗଲେ ଲୋକମାନେ ଟିକା ନେବାକୁ ଆଗ୍ରହ ପ୍ରକାଶ କରିବେ ଓ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ ।
कोरोना वैक्सीन पर माननीय मुख्यमंत्री श्री @ArvindKejriwal जी की महत्वपूर्ण प्रेस कॉंफ्रेंस | LIVE https://t.co/A3aZ1veZbP
— CMO Delhi (@CMODelhi) April 26, 2021
ଏହାସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାବଲ କହିଥିଲେ କି ‘ମୁଁ ଭ୍ୟାକ୍ସିନ ପ୍ରସ୍ତୁତ କାରୀ କମ୍ପାନୀଙ୍କୁ ଅନୁରୋଧ କରୁଛି କି, ଟିକାର ପ୍ରତି ଡୋଜର ମୂଲ୍ୟ ୧୫୦ ଟଙ୍କା ମଧ୍ୟରେ ରଖନ୍ତୁ, ଲାଭ କରିବାକୁ ସାରା ଜୀବନ ପଡିଛି , ବର୍ତମାନର ସମୟ ଲାଭ କରିବାକୁ ନୁହେଁ ’ ଏହାସହ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କି ଟିକାର ମୂଲ୍ୟ ଉପରେ ଆଉଥରେ ବିଚାର କରନ୍ତୁ ।
ଅନ୍ୟପଟେ ସେ କହିଛନ୍ତି କି କରୋନାର ଦ୍ୱିତୀୟ ଲହରରେ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ତେଣୁ ଦେଶର ଯୁବବର୍ଗଙ୍କ ପାଇଁ ଚିନ୍ତା କରିବାର ସମୟ ଆସିଛି । ଯଦି ଏହି ଟିକା ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ସୁରକ୍ଷିତ ତେବେ ସେମାନଙ୍କୁ ବି ଟିକାକରଣ କରିବାକୁ କେନ୍ଦ୍ର ସରକାର ଅନୁମତି ଦିଅନ୍ତୁ । ନହେଲେ ସେମାନଙ୍କ ପାଇଁ ଟିକା କମ୍ପାନୀମାନେ ତୁରନ୍ତ ଟିକା ପ୍ରସ୍ତୁତ କରିବାକୁ ପ୍ରୟାସ କରନ୍ତୁ ।