ଦକ୍ଷିଣରୁ ଦିଲ୍ଲୀ ସରଗରମ ରାଜନୀତି, କେସିଆରଙ୍କ ନେତୃତ୍ୱରେ ଏକାଠି ହେଲେ ଅଣ କଂଗ୍ରେସ ଓ ଅଣ ବିଜେପି ନେତା

137

କନକ ବ୍ୟୁରୋ : ତେଲେଙ୍ଗାନାର ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଭାରତ ରାଷ୍ଟ୍ର ସମିତିର ମେଗା ରାଲି । ଦଳର ନାମ ପରିବର୍ତନ ହେବା ପରେ ପ୍ରଥମ ଥର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନେତୃତ୍ୱରେ ଖମ୍ମାମରେ ମେଗା ରାଲି ହୋଇଛି । ଏହା ପୂର୍ବରୁ ୟାଦଗିରିଗୁଟା ମନ୍ଦିରରେ ମୋଦୀ ବିରୋଧୀ ଏକାଠି ହୋଇଛନ୍ତି । ଏହି ମନ୍ଦିରକୁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରି ପୁନରୁଦ୍ଧାର କରିଛନ୍ତି କେସିଆର ସରକାର । ଏପରି କରି ହିନ୍ଦୁତ୍ୱ କାର୍ଡ ଖେଳି ବିଜେପିର ଭୋଟ୍ ବ୍ୟାଙ୍କକୁ ଟାର୍ଗେଟ କରିଛନ୍ତି କେସିଆର । ମେଗା ରାଲି ଜରିଆରେ ଦକ୍ଷିଣରୁ ଦିଲ୍ଲୀକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେସିଆର ବଡ ବାର୍ତା ପଠାଇବାକୁ ପ୍ରୟାସ କରିଛନ୍ତି । ଏହି ରାଲିରେ ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ସମାଜବାଦୀ ପାର୍ଟି ଅଖିଳେଶ ଯାଦବ, କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଏବଂ ସିପିଆଇ ନେତା ଡି. ରାଜା ସାମିଲ ହୋଇଥିଲେ । ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ୪୦୦ ଦିନର ଟାର୍ଗେଟ ପ୍ରଧାନମନ୍ତ୍ରୀ ଦେବା ପରେ ଏହି ମେଗା ରାଲି ହୋଇଛି । ଅଖିଳେଶ ମଧ୍ୟ ଏହାକୁ ନେଇ ଜୋରଦାର ବର୍ଷିଛନ୍ତି । କେସିଆର ମୋଦୀ ବିରୋଧୀଙ୍କୁ ଏକାଠି କରି ଦିଲ୍ଲୀରେ ବିଜେପିକୁ କ୍ଷମତାଚ୍ୟୁତ ପାଇଁ ହୁଙ୍କାର ଦେଇଛନ୍ତି ।

ବିରୋଧୀ ରାଲିରେ ରୋଜଗାର ପାଖରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଏବଂ ସରକାର ମଧ୍ୟରେ ଚାଲିିଥିବା ବିବାଦ କଥା ଉଠାଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ଯେ ଦେଶର ଯୁବକମାନେ ଚାକିରି ଚାହୁଁଛନ୍ତି । ଏ ଦେଶ ରୋଜଗାର ଚାହୁଁଛି, ଯୁବକମାନେ ବେକାର ଅଛନ୍ତି । ସେହିପରି ବିଜେପିକୁ ଭାରତୀୟ ଜୁମଲା ପାର୍ଟି କହି କଟାକ୍ଷ କରିଛନ୍ତି ।

ଅନ୍ୟପଟେ ବିଜେପି ମଧ୍ୟ ତେଲେଙ୍ଗାନାରେ ଗଡ ମଜବୁତ ପାଇଁ ପ୍ରୟାସ କରିଛି । ଫେବୃଆରୀରୁ ବିଭିନ୍ନ ଶକ୍ତି କେନ୍ଦ୍ରରେ ୧୧ ହଜାର ରାଲି ଆରମ୍ଭ କରିବାକୁ ଯାଉଛି । ତେଲେଙ୍ଗାନାରେ ପୌର ନିର୍ବାଚନରେ ଏବଂ ସହର ଗୁଡିକରେ ବିଜେପିର ଭୋଟ୍ ବ୍ୟାଙ୍କ ବଢିଛି । ଗତବର୍ଷ ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ୪ ଥର ତେଲେଙ୍ଗାନା ଗସ୍ତରେ ଆସିଥିଲେ ।