ସରକାର ବଂଚାଇବା ପାଇଁ କମଳନାଥଙ୍କ ଶେଷ କସରତ । ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଚାଲିଛି ପ୍ରୟାସ ।

420

କନକ ବ୍ୟୁରୋ : ସରକାର ବଂଚାଇବା ପାଇଁ ଶେଷ କସରତ ଚଳାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ । ଆଜି ପୁଣି କମଳନାଥଙ୍କ ବାସଭବନରେ ଚାଲିଛି ବିଧାୟକଙ୍କ ବୈଠକ । ସରକାର ବଂଚାଇବାକୁ କଣ ରହିବ ଦଳର ରଣନୀତି ସେନେଇ ଏହି ବୈଠକରେ ଆଲୋଚନା ଚାଲିଛି । ତାପରେ ବିଧାୟକମାନଙ୍କୁ ଜୟପୁର ପଠାଇବାକୁ ଯୋଜନା କରିଛି ଦଳ ।

ଅନ୍ୟପଟେ ଦଳରୁ ଇସ୍ତଫା ଦେଇଥିବା ୧୯ ଜଣ ବିଧାୟକଙ୍କୁ ଭେଟିବାକୁ ବେଙ୍ଗାଲୁର ଯାଇଛନ୍ତି ମଧ୍ୟପ୍ରଦେଶ କଂଗ୍ରେସର ଦୁଇ ବରିଷ୍ଠ ନେତା ସଜ୍ଜନ ସିଂ ବର୍ମା ଓ ଗୋବିନ୍ଦ ସିଂ । ସେମାନେ ଏହି ବିଦ୍ରୋହୀ ନେତାମାନଙ୍କୁ ଦଳକୁ ଫେରିବା ପାଇଁ ପୁଣି ମନାଇବାକୁ ଚେଷ୍ଟା କରିବେ ।