ମୋଦୀଙ୍କ ସହ କଥା ହେଲେ ନବୀନ । ଦୁର୍ଘଟଣା ସମ୍ପର୍କୀତ ସ୍ଥିତି ସମ୍ପର୍କରେ ଅବଗତ କଲେ ମୁଖ୍ୟମନ୍ତ୍ରୀ

480

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହେଲେ ନବୀନ । ବାହାନଗାରେ ହୋଇଥିବା ଦୁର୍ଘଟଣାର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୋଦୀଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିପଦ ସମୟରେ ଲୋକଙ୍କୁ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୋଦୀ ।

ସୂଚନା ମୁତାବକ, ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ଶହ ଶହ ମୃତ ଦେହ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲକୁ ୧୬୦ ମୃତଦେହ ଅଣାଯାଇଛି । ବାଲେଶ୍ୱର, କଟକ, ଭୁବନେଶ୍ୱରର ଅନେକ ମେଡିକାଲରେ ମୃତ ଦେହକୁ ରଖାଯାଇଥିବାରୁ ମୃତ ଦେହକୁ ଚିହ୍ନଟ ପାଇଁ ସମସ୍ୟା ସୃଷ୍ଟି ହେଉଛି । ସମ୍ପର୍କୀୟମାନେ ତାଙ୍କ ଲୋକଙ୍କୁ ଖୋଜି ପାଉନାହାନ୍ତି । ଯାହାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ବିଏମସି ।

ରେଳ ଦୁର୍ଘଟଣାରେ ମୃତଦେହ ସମ୍ପର୍କରେ ଜାଣିବା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବିଏମସି ପକ୍ଷରୁ ଏକ ହେଲ୍ପଲାଇନ୍ ଜାରି କରାଯାଇଛି । ୧୯୨୯କୁ ଫୋନ କରି ମୃତ ଦେହ କେଉଁଠି ରଖାଯାଇଛି ତାହା ଜାଣିପାରିବେ ସମ୍ପର୍କୀୟ ।