ଚତୁର୍ଥ ହସ୍ପିଟାଲ ଭାବେ ସମରେ କାର୍ଯ୍ୟକ୍ଷମ ହେଲା ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ: ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

Advertisment
ଚତୁର୍ଥ ହସ୍ପିଟାଲ ଭାବେ ସମରେ କାର୍ଯ୍ୟକ୍ଷମ ହେଲା ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ: ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟର ଚତୁର୍ଥ ହସ୍ପିଟାଲ ଭାବେ ସମ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ୍ ହସ୍ପିଟାଲ । ୫୨୫ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ୍ ହସ୍ପିଟାଲର ଉଦଘାଟନ କରିଛନ୍ତି । ସମ୍ପୂର୍ଣ୍ଣ ଭାବରେ କର୍ପୋରେଟ ଓ ଘରୋଇ ସଂସ୍ଥା ପକ୍ଷରୁ ଏଭଳି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ବର୍ତମାନ ଏହି ହସ୍ପିଟାଲରେ କେବଳ କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ । ପୂର୍ବରୁ କିମ୍ସ, ଅଶ୍ୱନୀ ଓ ରାଉରକେଲା ହାଇଟେକରେ କୋଭିଡ ହସ୍ପିଟାଲକୁ ଉଦଘାଟନ କରିଥିଲେ ।

publive-image

ସୂଚନାଯୋଗ୍ୟ, ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। କିମ୍ସ ହସ୍ପିଟାଲରେ ୧୪ କରୋନା ରୋଗୀ ଚିକିତ୍ସାଧୀନ ଥିବାର ସୂଚନା ମିଳିଛି। ଅପରପକ୍ଷରେ ରାଉରକେଲାରେ ଥିବା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ ବି କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ୧୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe