ରାଜ୍ୟରେ ସୁଦୃଢ଼ ହେଲା ସ୍ୱାସ୍ଥ୍ୟସେବା । ସୁନ୍ଦରଗଡ଼ ସମେତ ରାଜ୍ୟର ୫ଟି ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

2,904

କନକ ବ୍ୟୁରୋ: ଆଜି ରାଜ୍ୟରେ ୫ ଟି ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ଉଉଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ ହୋଇଥିବା ବେଳେ ସୁନ୍ଦରଗଡ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ପରିସରରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏବେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଜନସାଧାରଣ ଉନ୍ନତମାନର ଚିକିତ୍ସା ସେବା ପାଇ ପାରିବେ । ୫ ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ୍ କଲେଜକୁ ଆଧୁନିକ ଭିତିଭୂମିରେ ନିର୍ମାଣ କରାଯାଇଛିି । ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟର ଲୋକମାନେ ମଧ୍ୟ ଉପକୃତ ହେବେ ।