ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ନବୀନ ପଟ୍ଟନାୟକ; ମୁଖ୍ୟମନ୍ତ୍ରୀ କହିଲେ, ବ୍ରାଣ୍ଡ ଅଫ୍ ଓଡିଶା ରାଜ୍ୟ ପାଇଁ ଗୌରବର କଥା

କରୋନା କାଳରେ ରାଜ୍ୟକୁ ଆସିଛି ୧.୨୫ ଲକ୍ଷ କୋଟିର ନିବେଶ

69

କନକ ବ୍ୟୁରୋ: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପିରି ଏକ କାର୍ଯ୍ୟକ୍ରମ ପାଇଁ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ ଅଫ୍ ଓଡ଼ିଶା ଗୌରବର ବିଷୟ ବୋଲି ସେ କହିଛନ୍ତି । ବ୍ୟବସାୟ ଓ ଶିଳ୍ପ ପାଇଁ ବ୍ରାଣ୍ଡିଂ ଓ ପ୍ରମୋଶନ ବହୁ ଗୁରୁତ୍ୱ ରଖେ । ଏହି ଅବସରରେ ଓୟୋର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସାୟ ସୃଷ୍ଟି କରିଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହେବ । ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି । ଶିଳ୍ପ ସହଯୋଗ ପଲିସି, ତ୍ୱରିତ କ୍ଲିୟରାନ୍ସ ପାଇଁ ପଦକ୍ଷେପ ନିଆଯାଇଛି । କରୋନା ସମୟରେ ବି ରାଜ୍ୟକୁ ଆସିଛି ୧.୨୫ ଲକ୍ଷ କୋଟିର ନିବେଶ । ଆମର ଷ୍ଟାର୍ଟ ଅପ୍ ପଲିସି ଦେଶର ଶ୍ରେଷ୍ଠ ପଲିସି ଭାବେ ପରିଗଣିତ । ବିଭିନ୍ନ ସେକ୍ଟରରେ ଥିବା ସୁଯୋଗ ଯୁବକମାନେ ନେବା ଜରୁରୀ । ଏପରି ସମୟରେ ସଂବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମ ରାଜ୍ୟର ଅନେକଙ୍କୁ ପ୍ରୋତ୍ସାହିତ କରିବ । ଏହି ଅବସରରେ ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି ବ୍ରାଣ୍ଡସ୍ ଅଫ୍ ଓଡିଶା, ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସଲେନ୍ସି ସମ୍ମାନ ।