କନକ ବ୍ୟୁରୋ : ପୁଲୱାମାରେ ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦ ଅଜିତଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ ସହାୟତା ରାଶି । ଜୁନ ୧୭ରେ ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିଲେ କାମାକ୍ଷାନଗରର ଅଜିତ ସାହୁ ।
ପୁଲୱାମା ଏନକାଉଣ୍ଟରରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଗଭୀର ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି । ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଦେଶ ପ୍ରତି ସାହସୀ ଯବାନଙ୍କ ବଳିଦାନକୁ ସ୍ୟାଲୁଟ କରିଛନ୍ତି । ଆଜି ଓଡିଶା ଆସିବ ସହିଦ ଅଜିତ ସାହୁଙ୍କ ପ୍ରାର୍ଥୀବ ଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଉଛି । ସେଠାରୁ ତାଙ୍କ ମରଶରୀରକୁ ଜନ୍ମମାଟି କାମାକ୍ଷାନଗରର ବଡସୁଆଳ ଗାଁକୁ ନିଆଯିବ । ଆତଙ୍କବାଦୀଙ୍କ ଆକ୍ରମଣରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସହିଦ୍ ହୋଇଛନ୍ତି ଢ଼େଙ୍କାନାଳ ବଡ଼ସୁଆଳ ଗାଁର ଅଜିତ ସାହୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/dc-Cover-2gsnnbd1u20kn66ge9kdurlk67-20190402023843.Medi_.jpeg)