କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ରାଜନୀତି ସରଗରମ ରହିଛି । ଅଜିତ୍ ପାୱାର ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ପରେ ସ୍ଥିତି ଆହୁରି ଜଟିଳ ହୋଇପଡିଛି । ଏହାପରେ ବୈଠକ ପରେ ବୈଠକ ହେଉଛି । ବୁଧବାର ଉଭୟ ଏନସିପି ମୁଖ୍ୟ ଶରଦ ପାୱାର ଓ ଅଜିତ୍ ପାୱାର ଭିନ୍ନ ଭିନ୍ନ ସ୍ଥାନରେ ବୈଠକ କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ନିଜ ବିଧାୟକ ମାନଙ୍କର ଏକ ବୈଠକ ଡକାଇଥିଲେ ।

Advertisment

ବୈଠକରେ ସିନ୍ଦେ ସଫା ସଫା କହିଥିଲେ ଯେ, ମୁଁ ଇସ୍ତଫା ଦେଉନାହିଁ, ହେଲେ ଏକଥା କିଏ ପ୍ରଚାର କରୁଛି ତାହା ମୁଁ ଜାଣିଛି, ମୁଁ କେବେହେଲେ ବି ୫୦ ବିଧାୟକଙ୍କୁ ନିରାଶ କରିବି ନାହିଁ ଯେଉଁମାନେ ସଙ୍କଟ ସମୟରେ ମୋ ସାଥ୍ ଦେଇଛନ୍ତି’ ।

ଅଜିତ୍ ପାୱାର ଉପମୁଖ୍ୟମନ୍ତ୍ରୀ ହେବା ପରେ ସିନ୍ଦେଙ୍କ ପଦକୁ ନେଇ ସଙ୍କଟ ଥିବା ଚର୍ଚ୍ଚା ହେଉଥିବାବେଳେ ଏହାକୁ ବୈଠକରେ ଖଣ୍ଡନ କରିଛନ୍ତି ସିନ୍ଦେ । ସେ କହିଛନ୍ତି ଯେ, ‘ ୨୦୨୪ରେ ମଧ୍ୟ ମହାରାଷ୍ଟ୍ରରେ ସିନ୍ଦେ ସରକାର ହିଁ ରହିବ । ଅଜିତ୍ ପାୱାର ଆମ ସହ ମିଶିଲେ ବି ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ଏବେବି ସେ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ସରକାର ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ସିନ୍ଦେ ସରକାରରେ ଅଜିତ ପାୱାର ଯୋଗ ଦେବା କେବଳ ଏକ ପରିବର୍ତ୍ତନ ମାତ୍ର । ହେଲେ ମହାରାଷ୍ଟ୍ରରେ ଆଉ ବଂଶବାଦ ଚଳିବ ନାହିଁ’ ।