ଆଜି ଠାରୁ କଡାକଡି ହେବ କୋଭିଡ୍ କଟକଣା ଯାଂଚ : ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାର ଯାଂଚ ହେବ କଡାକଡି; ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ

୭ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଯାଂଚ

159

କନକ ବ୍ୟୁରୋ : ଆଜିଠାରୁ କଡାକଡି ହେବ କୋଭିଡ୍ କଟକଣା ଯାଂଚ । ବିଶେଷ କରି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାର ଯାଂଚକୁ କଡାକଡି କରାଯିବା ସହ ସଚେନତ ବି କରାଯିବ  । ଏଥିପାଇଁ ଆଜିିଠାରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ । ୭ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଯାଂଚ ଚାଲିବ । କୋଭିଡ ସ୍ଥିତିର  ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ ଡ୍ରାଇଭ୍ କରିବାକୁ ନିର୍ଦ୍ଦେଶ ଦେବା ପରେ ଏନେଇ ଓଡିଶା ପୋଲିସ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  ରାଜ୍ୟର କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସେପଟେ, ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖମନ୍ତ୍ରୀ । ସମୀକ୍ଷା ବେଳେ ଫୋକସରେ ରହିଛି ପଶ୍ଚିମ ଓଡିଶା । ପଡୋଶୀ ଛତିଶଗଡ ଯୋଗୁଁ ପଶ୍ଚିମ ଓଡିଶାରେ କରୋନା ସଂକ୍ରମଣ ବଢୁଥିବାରୁ ଏହି ଜିଲ୍ଲାଗୁଡିକ ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ଲାଗି ତୁରନ୍ତ ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଲ୍ୟାବ ଟେକନିସିଆନ ସହ ଆବଶ୍ୟକୀୟ ମ୍ୟାନପାୱାର ରଖିବାକୁ ବି କୁହାଯାଇଛି ।