ରାଜ୍ୟରେ ନକଲି ଔଷଧ କାରବାର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

187

କନକ ବ୍ୟୁରୋ: ରାଜ୍ୟରେ ନକଲି ଔଷଧ କାରବାରର ଚେର ଖୋଜିବ କ୍ରାଇମବ୍ରାଞ୍ଚ । କାହିଁକି ନାଁ, ଆଜି ନକଲି ଔଷଧ କାରବାର ଘଟଣାର କ୍ରାଇମବ୍ରାଞ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗତ କିଛି ଦିନ ତଳେ କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ୍ ହୋଇଥିଲା । କଟକ କନିକା ଛକ ନିକଟ ଏକ ଔଷଧ ଦୋକାନରୁ ଏହି ଔଷଧ ଜବତ ହୋଇଥିଲା । ଯାହା ଭିତରେ ୧୭ ହଜାର ଫାଭିଫିରାଭିର ଟାବଲେଟ୍ ଜବତ ହୋଇଥିଲା । ଏହା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହାପରେ ଏହି ଘଟଣାର ତଦନ୍ତ ନେଇ ନିର୍ଦ୍ଦେଶ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସର ମିଳିତ ଭାବେ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲା ସ୍ୱାସ୍ଥ୍ୟ ବିଭାଗ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।