କନକ ବ୍ୟୁରୋ : ନିକଟ ଅତୀତରେ ଭିଡ଼ରେ ଆମ୍ବୁଲାନ୍ସ ଫସି ଏକ ଶିଶୁର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଭୁବନେଶ୍ବର ଟ୍ରାଫିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ କମିସନରେଟ ପୁଲିସ ଆଡଭାଇଜରି ଜାରି କରି ଆମ୍ବୁଲାନ୍ସ ପାଇଁ ବାମ ପାର୍ଶ୍ବ ରାସ୍ତା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା।
ସଂଶୋଧିତ ଟ୍ରାଫିକ ଆଇନ କଡ଼ାକଡ଼ି ହୋଇଥିବା ବେଳେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଫେରୁଥିବା ସମୟରେ କ୍ୟାପିଟାଲ ହସ୍ପିଟାଲ ଛକରେ ଅଟକି ଆମ୍ବୁଲାନ୍ସକୁ ବାଟ ଛାଡ଼ି ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ ଅଟକି ରହି ପ୍ରଥମେ ଆମ୍ବୁଲାନ୍ସକୁ ଯିବାକୁ ଦେଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଅଟକି ଆମ୍ବୁଲାନ୍ସକୁ ବାଟ ଛାଡ଼ିଥିଲା।ତେବେ ମୁଖ୍ୟମନ୍ତ୍ରୀ କେତେ ସଚେତନ ଏହି ଘଟଣା ପରେ ପୂରା ସ୍ପଷ୍ଟ ହୋଇଯାଇଛି । ନିଜର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିବା ପରେ ବି ନିଜ କାରକେଟକୁ ପ୍ରଥମେ ବାଟ ଛାଡିଥିଲେ ପରେ ନିଜେ ଯାଇଥିଲେ । ଏହି ଘଟଣା ଜଣାପଡିବା ପରେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/nv.jpg)