କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ : ୧୭ ତାରିଖରେ ବିଧାନସଭା ସମ୍ମିଳନୀ କକ୍ଷରେ ବସିବ ବୈଠକ

240

କନକ ବ୍ୟୁରୋ : କରୋନା କଲାଣି ନାକେଦମ । ଏଭଳି ସମୟରେ ବିରୋଧୀଙ୍କୁ ବିଶ୍ୱାସକୁ ନେଇ ଆସନ୍ତା ୧୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଦିନ ସନ୍ଧ୍ୟା ୫ଟା ୩୦ ମିନିଟରେ ବିଧାନସଭା ସମ୍ମିଳନୀ କକ୍ଷରେ ସବୁଦଳର ବିଧାୟକମାନେ ଭାଗନେବା ପାଇଁ ବ୍ୟବସ୍ଥା ହୋଇଛି ।

ଯଦି କିଏ ସମ୍ମିଳନୀ କକ୍ଷକୁ ନ ଆସେ, ତାହାହେଲେ ଭିଡିଓ କନଫରେନ୍ସି ମାଧ୍ୟମରେ ଭାଗ ନେବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାଛଡା ଆଗକୁ କିଭିଳି ଦକ୍ଷତା ଓ ସଫଳତାର ସହ ମହାମାରୀକୁ ସାମ୍ନା କରିହେବ ସେ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହେବ । ଏ ବାବଦରେ ବିରୋଧୀ ସରକାରଙ୍କୁ କିଛି ପରାମର୍ଶ ବି ଦେଇପାରିବେ ।