ଇସ୍ତଫାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ଟ୍ୱିଟ କଲେ ଏନ ବିରେନ ସିଂହ, ମହିଳା ସମର୍ଥକ ଚିରିଦେଲେ ଇସ୍ତଫାପତ୍ର 

Advertisment
ଇସ୍ତଫାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ଟ୍ୱିଟ କଲେ ଏନ ବିରେନ ସିଂହ, ମହିଳା ସମର୍ଥକ ଚିରିଦେଲେ ଇସ୍ତଫାପତ୍ର 

କନକ ବ୍ୟୁରୋ: ପୂର୍ବତ୍ତୋର ରାଜ୍ୟ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଟ୍ୱିଟ ପରେ ସ୍ପଷ୍ଟ ହୋଇଯାଇଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଏହା ପୂର୍ବରୁ ଅନେକ ମହିଳା ମଣିପୁରର ଉପମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଇସ୍ତଫାପତ୍ର ଚିରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିଷ୍ପତ୍ତି ନେଇଥିଲେ ଯେ ସେ ଇମ୍ଫାଲ ସ୍ଥିତ ରାଜଭବନ ଯାଇ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ସାକ୍ଷାତ କରିବେ । ଏହା ସାକ୍ଷାତ ସମୟରେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ ।

ଶୁକ୍ରବାର ଏନ ବିରେନ ସିଂହ ରାଜ୍ୟପାଳଙ୍କ ବାସଭବନ ପାଇଁ ବାହାରିଥିଲେ । ଏହାରି ମଧ୍ୟରେ କିଛି ମହିଳା ରାଜଭବନ ବାହାରେ ପ୍ରତିବାଦ କରିଥିଲେ । ଏଭଳି ସ୍ଥିତି ଦେଖାଦେଇଥିଲା ଯେ ତାଙ୍କ କାରକେଡ୍ ଆଗକୁ ଯାଇପାରିନଥିଲା । ଏହା ପରେ କିଛି ମହିଳା ସମର୍ଥକ ତାଙ୍କ ଇସ୍ତଫାପତ୍ର ଚିରି ଦେବା ସହ ତାଙ୍କୁ ଇସ୍ତଫା ନଦେବା ପାଇଁ ଅନୁରୋଧ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe