ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ନିମନ୍ତେ କୋଭିଡ- ୧୯ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ପ୍ରବାସୀ ଫେରନ୍ତା,ଅସହାୟ ପରିବାରଙ୍କୁ ଉଦ୍ୟୋଗ ପାଇଁ ଋଣ ପ୍ରଦାନ ବ୍ୟବସ୍ଥା

1,013

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୀତିର ପୁରରୁଦ୍ଧାର  ନିମନ୍ତେ ମୁଖ୍ୟମନ୍ତ୍ରୀ  କୋଭିଡ-୧୯ ସହାୟତା ପ୍ୟାକେଜକୁ  ଅନୁମୋଦନ କରିଛନ୍ତି ।  ଗାଁ ଗଣ୍ଡାରେ ରହୁଥିବା  ଗରିବ  ଓ ଅତିଗରିବ  ପରିବାର ତଥା ପ୍ରବାସୀ ଫେରନ୍ତା ଜୀବିକା ବିକାଶ କରିବା ନିମନ୍ତେ ୪ ପ୍ରକାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି ।   ଏଥିରେ ବିଭିନ୍ନ ପ୍ରକାରର  ଉଦ୍ୟୋଗ ପାଇଁ  ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ।

ଏହାଦ୍ୱାରା ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ  କୁଶଳୀ ଓ ଅର୍ଦ୍ଧକୁଳଳୀ  ପ୍ରବାସୀ ଫେରନ୍ତା , କୃଷି ଓ ଅଣ କୃଷିକ୍ଷେତ୍ରରେ  କାମ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀ  ମାନେ ଏହାଦ୍ୱାରା ଉପକୃତ ହେବ । ପ୍ରଥମ ପ୍ୟାକେଜରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ  ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଯାଏଁ  ଏକକାଳୀନ ଋଣ ପ୍ରଦାନ କରାଯିବ ।  ସେହିଭଳି କୃଷ ି ଓ ଅଣକୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ  ଗୋଷ୍ଠୀ  ଓ ଉତ୍ପାଦନ ଗୋଷ୍ଠୀକୁ  ଏକକାଳୀନ ଦେଢଲକ୍ଷ ଟଙ୍କା ଯାଏଁ ୠଣ ପ୍ରଦାନ କରାଯିବ ।

ଅତିଗରିବ ଓ  ଅସହାୟ ପରିବାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ  ତଥା ଜୀବିକାର ଉନ୍ନତି ନିମନ୍ତେ ୨୦ ହଜାର ଟଙ୍କା ଯାଏଁ ଋଣ ପ୍ରଦାନ ।  ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀଙ୍କ ଦ୍ୱାରା ପୁରୁଣା ଉଦ୍ୟୋଗର ବିକାଶ ଓ ନୂଆ ଉଦ୍ୟୋଗର ଆରମ୍ଭ ପାଇଁ  ଲ କ୍ଷେ ଟଙ୍କା ଯାଏଁ ଋଣ ପ୍ରଦାନ ବ୍ୟବସ୍ଥା ହୋଇଛି ।