ପ୍ରବାସୀ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ: ବାହାର ଫେରନ୍ତାଙ୍କୁ କ୍ୱାରେଂଟିନରେ ରହିବା ସହ ସରକାରଙ୍କ ସବୁ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ; ଉଲ୍ଲଂଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

764

କନକ ବ୍ୟୁରୋ: ରାଜ୍ୟ ବାହାରୁ ଫେରୁଥିବା ଓଡିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ । ବାହାର ରାଜ୍ୟରୁ ଆସୁଥିବା ଓଡିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରେନଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡାକଡି ପାଳନ କରିବାକୁ ଟୁଇଟ୍ କରି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମର ଉଲଂଘନ କଲେ ସରପଂଚମାନେ ତୁରନ୍ତ ପ୍ରଶାସନକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

ଆହୁରି କହିଛନ୍ତି ରାଜ୍ୟକୁ ଫେରୁଥିବା ପ୍ରତ୍ୟକ ଓଡିଆ ଆମ ନିଜର । ବର୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ । ପ୍ରତ୍ୟକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ସହ କ୍ୱାରେଂଟିନ ବ୍ୟବସ୍ଥା କରାଯାଇଛି । ବର୍ତମାନ ଓଡିଶା ଭଲ ସ୍ଥିତିରେ ଅଛି । ଏଥିପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତି । ବହୁ ଓଡିଆ ନିଜ କର୍ମରୁ ଉର୍ଦ୍ଧକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିିତିକୁ ସାମ୍ନା କରୁଛନ୍ତି । ଯେଉଁମାନେ ଓଡିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତରଦାୟିତ୍ୱ ନିର୍ବାହ କରନ୍ତୁ ।