ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କଲେ ନବୀନ । କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ୬୯୪୪ କାର୍ଯ୍ୟରତ ସାମ୍ବାଦିକ ହେବେ ଉପକୃତ ।

171

କନକ ବ୍ୟୁରୋ : ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହାସହ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ନବୀନ । ମହାମାରୀ ଭଳି ସଙ୍କଟ ସମୟରେ  ରାଜ୍ୟବାସୀଙ୍କୁ କରୋନା ସମ୍ପର୍କିତ ଖବର ପହଞ୍ଚାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି । ମହାମାରୀ ମୁକାବିଲାରେ ସାମ୍ବାଦିକ ମାନେ ଅନେକ ସହାୟତା କରୁଥିବା କହିଛନ୍ତି ନବୀନ ।

ସବୁଠୁ ବଡ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକ୍ରମେ ରାଜ୍ୟର କାର୍ଯ୍ୟରତ ୬୯୪୪ ସାମ୍ବାଦିକ ଉପକୃତ ହେବେ । ଯଦି କରୋନା କାରଣରୁ କୌଣସି ସାମ୍ବାଦିକଙ୍କର ମୃତ୍ୟୁ ହୁଏ ତେବେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି କହିଛନ୍ତି ନବୀନ । ସେହିଭଳି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ନବୀନ ।

Comments are closed.