ସରକାରୀ କର୍ମଚାରୀଙ୍କ ପାଇଁ ବଡ ଘୋଷଣା । ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ ହେବେ ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ।

1,413

କନକ ବ୍ୟୁରୋ : ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର । ୪୬ ପ୍ରତିଶତରୁ ବଢି ୫୦% ପ୍ରତିଶତ ହେଲା ମହଙ୍ଗା ଭତ୍ତା । ଜାନୁଆରୀ ୧ରୁ ପିଛିଲା ଭାବେ ହେବ ଲାଗୁ । ଏହି ଘୋଷଣା ଫଳରେ ଉପକୃତ ହେବେ ୪ ଲକ୍ଷ ୫୦ ହଜାର କର୍ମଚାରୀ । ସେହିଭଳି ୩ ଲକ୍ଷ ୫୦ ପେନସନଭୋଗୀ ମଧ୍ୟ ଏହି ଘୋଷଣା ଦ୍ୱାରା ଉପକୃତ ହେବେ ।