କଟକ ବଡ ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ, ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା । 

741

କନକ ବ୍ୟୁରୋ : ବଡ ମେଡିକାଲ ପାଇଁ ବଡ ଘୋଷଣା । କଟକ ଏସସିବି ମେଡିକାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳାଯିବ । ଏଥିପାଇଁ ଏକ ଅତ୍ୟାଧୁନିକ ତିନି ହଜାର ଶର୍ଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ ନିର୍ମାଣ କରାଯିବ । ଆଉ ଏଥିପାଇଁ ୧୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିବ ।

ଏହାଛଡା ଏସସିବିକୁ ଦେଶର ଶ୍ରେଷ୍ଠ ୩ ମେଡିକାଲ କଲେଜ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଏସସିବିକୁ ଏମିତି ଭାବେ ଗଢି ତୋଳାଯିବ ଯେ, ଓଡ଼ିଶା ବାହାରେ ଥିବା ଚିକିତ୍ସକମାନେ ଏଠାରେ ଆସି ଲୋକଙ୍କ ସେବା କରିବାକୁ ପସନ୍ଦ କରିବେ । ଯାହାଦ୍ୱାରା ଓଡ଼ିଶାର କୌଣସି ବ୍ୟକ୍ତି ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡିବନି । ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରସଙ୍ଗକୁ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହାପୂର୍ବରୁ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ ପାହାନ୍ତା ପ୍ରହରରେ ଅଚାନକ୍ କଟକ ବଡ ମେଡିକାଲ ଗସ୍ତ କରି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଏପରିକି କ୍ୟାମ୍ପସ ସୁରକ୍ଷା ବାବଦରେ ଆଲୋଚନା କରି ଏହାର ସମାଧାନ କିଭଳି କରାଯାଇପାରିବ ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।