ବଦଳିବ ଓଡ଼ିଶା ସଚିବାଳୟର ନାଁ । ସଚିବାଳୟର ନାଁ ବଦଳି ହେବ ‘ଲୋକସେବା ଭବନ’, ବିଧାନସଭାରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

247

କନକ ବ୍ୟୁରୋ : ବଦଳିବ ଓଡ଼ିଶା ସଚିବାଳୟର ନାଁ । ସଚିବାଳୟର ନାଁ ବଦଳି ହେବ ଲୋକସେବା ଭବନ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପୂର୍ବରୁ ବାରମ୍ବାର ବିରୋଧୀ ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ଦାବି ଉପସ୍ଥାପନ କରି ଆସୁଥିଲେ । କାହିଁକି ସଚିବଙ୍କ ଅନୁସାରେ ଏହାର ନାଁ ସଚିବାଳୟ ରହୁଛି,ସେନେଇ ଅନେକବାର ଆପତ୍ତି ମଧ୍ୟ ଉଠୁଥିଲା । ଏପରିକି ଏହାକୁ ବଦଳାଇ ମନ୍ତ୍ରାଳୟ ରଖିବାକୁ ଯୁକ୍ତି ଉପସ୍ଥାପନ କରି ଆସୁଥିଲେ । ଆଉ ଶେଷରେ ବଦଳିବ ଓଡିଶା ସଚିବାଳୟର ନାଁ ।

ଅନୁମାନ କରାଯାଉଛି, ପ୍ରଶାସନକୁ ଆହୁରି ଲୋକାଭିମୁଖୀ କରିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ତୃଣମୁଳ ସ୍ତରରେ ଲୋକଙ୍କ ନିକଟରେ ସେବା ପହଁଚାଇବାକୁ ଏଭଳି ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ନେଇ ଚର୍ଚ୍ଚା କରାଯାଉଛି ।ଏଭଳି ଘୋଷଣା ଫଳରେ ଏବେ ସଚିବାଳୟର ଉପରେ ଓଡିଆରେ ଲାଗିଥିବା ଲେଖା ବଦଳିବ ।