ଜଣେ କର୍ମୀରୁ ମୁଖ୍ୟମନ୍ତ୍ରୀ ଯାଏଁ ସଂଘର୍ଷର କାହାଣୀ କହିଲେ ମୋହନ ମାଝୀ ; ଓଡିଶାବାସୀଙ୍କୁ ଦେଲେ ବିଜୟର ଶ୍ରେୟ ।

155

କନକ ବ୍ୟୁରୋ:  ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନିଜ ବକ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାରେ ବିଜେପିର ବିଜୟ ପାଇଁ ଓଡିଶାବାସୀ ଏବଂ ନେତୃବନ୍ଦଙ୍କ ପରିଶ୍ରମକୁ ଶ୍ରେୟ ଦେଇଛନ୍ତି ।

ଏହାପରେ ଜଣେ ସାଧାରଣ କର୍ମୀଠାରୁ ଆରମ୍ଭ କରି ଆଜି ଦିନରେ ମୁଖ୍ୟମନ୍ତ୍ରୀ ଯାଏଁ ନିଜର ସଂଘର୍ଷ କାହାଣୀକୁ ଜନତାଙ୍କ ଆଗରେ ପ୍ରକାଶ କରିଛନ୍ତି ମୋହନ ମାଝୀ । କହିଛନ୍ତି, ଦଳର ଜଣେ ସାଧାରଣ କର୍ମୀ ଭାବେ ସେ ବିଜେପି ପାଇଁ କାମ ଆରମ୍ଭ କରିଥିଲେ । ଏହାପରେ  ସରପଞ୍ଚ ଭାବେ ବିଜୟୀ ହୋଇ ନିଜ ପଞ୍ଚାୟତର ସେବା ପାଇର୍ ଆଗେଇ ଆସିଲେ । ଏହି ସମୟରେ ଲୋକଙ୍କ ସେବା ହିଁ ତାଙ୍କୁ ଆଗକୁ ବଢିବାକେୁ ସୁଯୋଗ ଦେଇଥିଲା । ଫଳରେ ୨୦୦୦ରେ ସେ ପ୍ରଥମ ଥର ପାଇଁ ବିଧାୟକ ହେଲେ  ।ଆଜି ରାଜ୍ୟବାସୀ ତାଙ୍କୁ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଛନ୍ତି ।

 ତେବେ ବିକଶିତ ଓଡିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସ୍ୱପ୍ନ ଦେଖିବଛନ୍ତି ତାକୁ ଓଡିଶାର ବିଜେପି ଉପରେ ନ୍ୟସ୍ତ ହୋଇଛି । ଏହାକୁ ପୂରଣ କରିବାକୁ ରାଜ୍ୟ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 ରାଜ୍ୟରେ ଦୀର୍ଘ ୨୪ ବର୍ଷର ଶାସନ ପରେ ଏକ ପରିିବର୍ତ୍ତନ ଲକ୍ଷ୍ୟ ନେଇ  ବିଜେପି କାମ କରୁଥିଲା । ନିର୍ବାଚନରେ ଦଳ ଯୁଦ୍ଧ କ୍ଷେତ୍ରରେ ସୈନିକ ଭାବେ ଲଢି ବିଜୟ ଲାଭ କରିବା ପରେ ଆଜି ସମସ୍ତେ ଏକାଠି ହୋଇ ବିଜୟ ଉତ୍ସବ ପାଳନ କରୁଛି । ସଂଘର୍ଷ ପରେ ଏହା ବିଜୟର ଉତ୍ସବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।