ରାଜଧାନୀରେ ବେକାରୀ ହାଟ । ଲୋୟର ପିଏମଜିରେ ନିଆରା ଢ଼ଙ୍ଗରେ ପ୍ରତିବାଦ କରୁଛନ୍ତି ଚାକିରି ଆଶାୟୀ ।

176

କନକ ବ୍ୟୁରୋ: ରାଜଧାନୀରେ ବେକାରୀ ହାଟ । ଲୋୟର ପିଏମଜି ଧାରଣାସ୍ଥଳରେ ବସିଛି ଏହି ବେକାରୀ ହାଟ । ଏମିତି ବେକାରୀ ହାଟ କରି ପ୍ରତିବାଦ କରୁଛନ୍ତି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ । ଏଠାରେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ସାମଗ୍ରୀ । ଆରସିଆଇ ପଞ୍ଜିକୃତ ସ୍ୱତନ୍ତ୍ର ଶିକ୍ଷକ ଆଶାୟୀଙ୍କ ମିଠା ଦହିବରା, ପିଠା ଦୋକାନ, ଲୁହା ଟିଣ କବାଡ଼ିଆ ଗୋଟାଳି, ଶାଢ଼ୀ ଦୋକାନ, ଶୁଖୁଆ ଦୋକାନ ଲଗାଇ ପ୍ରତିବାଦ କରୁଛନ୍ତି ।