କନକ ବ୍ୟୁରୋ : ମାଡି ଆସୁଛି ଭୟଙ୍କର ବାତ୍ୟା ‘ଫୋନି’ । ଫୋନିକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ଏବଂ ଭୟ ରହିଥିବା ବେଳେ ଆଜି ପୁରୀରେ ଦେଖିବାକୁ ମିଳିଛି ଫୋନିର ପ୍ରାରମ୍ଭିକ ପ୍ରତିଛବି । ମେଘାଚ୍ଛନ ହୋଇଉଠିଛି ଆକାଶ । କଳାବାଦଲରେ ଘୋଡେଇ ହୋଇଯାଇଛି ଶ୍ରୀକ୍ଷେତ୍ର ପୁରୀ । ଆଉ ବାଦଲ ଭିତରୁ ଫୁଟି ଉଠୁଛି ରଙ୍ଗୀନ ଇନ୍ଦ୍ରଧନୁ । ଭୟଙ୍କର ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ପୂର୍ବରୁ ଛାତିରେ ଛନକା ଭରୁଛି ବାଦଲଭରା ଆକାଶ ।
ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ଭୟଙ୍କର ବାତ୍ୟା ‘ଫୋନି । ୧୬ କିଲୋମିଟର ବେଗରେ ବାତ୍ୟା ଫୋନି ମାଡିଆସୁଥିବା ବେଳେ ଏବେ ପୁରୀ ଠାରୁ ଆଉ ୩୨୦ କିଲୋମିଟର ଦୂରରେ ରହିଛି । ତେବେ ବାତ୍ୟାର ଠିକ୍ ପୂର୍ବରୁ ଏମିତି କିଛି ଦୃଶ୍ୟ ଆକାଶରେ ଦେଖିବାକୁ ମିଳିଛି । କଳାବାଦଲ ଭରା ଆକାଶ, ଜନସାଧାରଣଙ୍କ ଛାତିରେ ଛନକା ଭରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/MUKES-GFX.jpg)