କନକ ବ୍ୟୁରୋ : ନାଗାଲାଣ୍ଡ ପାହାଡ ଶୀର୍ଷରେ ଏକ ବିରଳ ଜନ୍ତୁ ଦେଖିବାକୁ ମିଳିଛି। ଗବେଷଣାକାରୀ ପ୍ରଥମଥର ନାଗାଲାଣ୍ଡର ସାମୁଦାୟିକ ଜଙ୍ଗଲରେ ବାଦଲ ଭଳି ଛବି ଆଙ୍କି ହୋଇଥିବା ଜନ୍ତୁକୁ ଦେଖିବାକୁ ପାଇଛନ୍ତି। ବାଘ ଭଳି ଦିଶୁଥିବା ଏହି ଜନ୍ତୁକୁ କ୍ଲାଉଡେଡ ଲିଓପାର୍ଡ ବୋଲି କହୁଛନ୍ତି ବିଶେଷଜ୍ଞ ।

Advertisment

ରିପୋର୍ଟ ଅନୁଯାୟୀ, ଏକ ଗବେଷଣାକାରୀ ଦଳ ନାଗାଲାଣ୍ଡର ଇଣ୍ଡୋ-ମିଆଁମାର ସୀମାରେ ଥିବା ଜଙ୍ଗଲରେ ୩,୭୦୦ ମିଟର ଉଚ୍ଚରେ ଲୁଚି ରହିଥିବା (କ୍ଲାଉଡେଡ ଲିଓପାର୍ଡ) ଶରୀରରେ ବାଦଲ ଭଳି ଚିତ୍ର ଆଙ୍କି ହୋଇଥିବା ଏକ ବାଘକୁ ଦେଖିବାକୁ ପାଇଥିଲେ। ଏହି ବାଘଟି ଏକ ବଡ଼ ବିଲେଇ ଭଳି ଦେଖାଯାଉଥିଲା । ତେଣୁ ଏହାକୁ ବିରାଡି ପ୍ରଜାତିର ବୋଲି କୁହାଯାଉଛି । ଏକ କ୍ଷେତରେ ଏହି ଜନ୍ତୁଙ୍କୁ ଦେଖିବାକୁ ମିଳିଥିଲା । ନାଗାଲାଣ୍ଡ ପାହାଡରେ ଏହି ବିରଳ ଜନ୍ତୁକୁ ପ୍ରଥମ ଥର ଦେଖିବାକୁ ମିଳିଛି। କ୍ଲାଉଡେଡ ବାଘ ଗବେଷଣାକାରୀଙ୍କ ଦ୍ବାରା ରକ୍ଷା ଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି। ଏହି ବାଘ ଗଛ ଚଢ଼ିବାରେ ମାହିର ବୋଲି ଜଣାପଡ଼ିଛି।

ଗବେଷଣାକାରୀ କହିଛନ୍ତି ଯେ ଏହି ଚିତାବାଘର ପଞ୍ଝା ବହୁତ ବଡ଼ ହୋଇଥାଏ। ଏହା ସାହାଯ୍ୟରେ ସେ କେବଳ ଦ୍ରୁତ ଗତିରେ ଗଛରେ ଚଢ଼ିପାରେ ତାହା ନୁହେଁ, ଓଲଟା ଝୁଲିବି ପାରେ। ନ୍ୟାସନାଲ୍ ଜିଓଗ୍ରାଫିକ୍ ଅନୁଯାୟୀ, ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ କ୍ଲାଉଡେଡ ଚିତାବାଘମାନେ ସେମାନଙ୍କର ଶିକାରକୁ ଭୂମିରେ ଖୋଜନ୍ତି। ହରିଣ, ଘୁଷୁରୀ ଏବଂ ମାଙ୍କଡ଼ଆଦିଙ୍କୁ ଶିକାର କରନ୍ତି। ଏହା ବ୍ୟତୀତ ସେମାନେ ଛୋଟ କୀଟପତଙ୍ଗ ଏବଂ ପକ୍ଷୀ ମଧ୍ୟ ଖାଇଥାଆନ୍ତି।