କନକ ବ୍ୟୁରୋ : ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି । ରାଜଧାନୀ ଡେରାଡୁନ ଠାରୁ ୧୨୦ କିଲୋମିଟର ଦୂର ଦେବପ୍ରୟାଗ ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବର୍ଷା ଯୋଗୁଁ ଶାନ୍ତା ନଦୀର ଜଳସ୍ତର ବଢ଼ିବା ସହ ସହରର ଭିତରକୁ ପାଣି ଓ ମାଟି ଅତଡ଼ା ମାଡି ଆସିଛି । ମୃତାହାତ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ଘଟଣାସ୍ଥଳରେ ଏସଡିଆରଏଫ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । କାଲି ଅପରାହ୍ନ ୫ଟା ବେଳେ ବାଦଲଫଟା ବର୍ଷା ହୋଇଥିଲା । ଏହାର ପ୍ରଭାବରେ ୧୫ରୁ ଅଧିକ ଦୋକାନକୁ ପାଣି ମାଡ଼ି ଆସିଥିଲା । ସ୍ଥାନୀୟ ଅଂଚଳରେ ଜଳସ୍ତର ବଢ଼ିଥିବା ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏକ ତିନି ମହଲା କୋଠା ସଂପୂର୍ଣ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/973606-uttarakhand-cloudburst.jpg)