କନକ ବ୍ୟୁରୋ : ମୌସୁମୀ ଆସୁ ଆସୁ ବର୍ଷା ତାର ତାଣ୍ଡବ ଆରମ୍ଭ କରିଦେଇଛି । ଅରୁଣାଞ୍ଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ରବିବାର ସକାଳେ ବାଦଲ ଫଟା ବର୍ଷା ହୋଇ ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଏହାସହ ଅନେକ ସ୍ଥାନରେ ମାଟି ଅତଟା ଖସି ସ୍ଥିତି ସଂଗୀନ ହୋଇପଡିଛି ।

Advertisment

ସେପଟେ ଆସନରେ ପାଖାପାଖି ଗୋଟିଏ ସପ୍ତାହ ହେବ ମୂଶଳଧାରାରେ ବର୍ଷା ଚାଲଇଛି । ଆସାମ ସରକାରଙ୍କ ରିପୋର୍ଟ ମୁତାବକ ଏଭଳି ବର୍ଷା ଫଳରେ ୧୯ଟି ଜିଲ୍ଲାର ପାଖାପାଖି ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଚଳିତ ବର୍ଷ ବନ୍ୟା ଓ ମାଟି ଅତଡା ଖସିବା ଫଳରେ ମୃତକଙ୍କ ସଂଖ୍ୟା ୩୭ ରେ ପହଂଚିଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ସରକାରଙ୍କ ତରଫରୁ ୧୦୦ ରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲାଯାଇଛି ।

ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୌସୁମୀ ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ଓ ଆଗାମୀ କାଲିକୁ ନଜରରେ ରଖି ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଗୃହ, ଜଳ ସଂପଦ, ନଦୀ ବିକାଶ, ପୃଥୀବିଜ୍ଞାନ, ପର୍ଯ୍ୟଟନ, ସଡକ ପରିବହନ ମନ୍ତ୍ରଣାଳୟର ସଚିବମାନେ ଉପସ୍ଥିତ ଥିଲେ ।