କନକ ବ୍ୟୁରୋ: ଦୃଢ ମନୋବଳ ଓ କଠିନ ଅଧ୍ୟବସାୟ ବବଳରେ ଜଣେ ସଫଳତାର ଶୀର୍ଷରେ ସ୍ଥାନରେ ପହଞ୍ଚି ପାରିବ,ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରୁପ୍ସାର ରବିନ୍ଦ୍ର,କରୋନା କାଲରେ ଲୋକେ ରୋଜଗାର ହରେଇ ବସିଥିବା ବେଳେ ରବିନ୍ଦ୍ର ବରମୁଣ୍ଡା ତିଆରି କାରଖାନା କରି ୪୦ ଜଣ ଲୋକଙ୍କୁ ରୋଜଗାର ଦେଇ ବେଶ ସଫଳ ହୋଇ ପାରିଛନ୍ତି ।
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରୁପ୍ସା ଗ୍ରାମର ରବିନ୍ଦ୍ର କୁମାର ପରିଡା । ୨୦୦୬ ମସିହାରେ କ୍ଲାସିକ ଟେଲର ନାମରେ ଛୋଟ ଦୋକାନ କରି କପଡା ସିଲେଇ କରୁଥିଲେ,ଦୋକନ ଭଲ ଚାଲିବାରୁ ସ୍ଥାନୀୟ ଅଂଚଳରୁ କିଛି ଯୁବକଙ୍କୁ ନିଯୁକ୍ତି ଦେଇଥିଲେ । ମାତ୍ର କରୋନା ମହାମାରୀ ପାଇଁ ଲକ ଡାଉନ ହେବାରୁ ଦୋକାନ ବଜାର ବନ୍ଦ ହେବା ସହିତ ବନ୍ଦ ହୋଇଗଲା ରବିନ୍ଦ୍ରଙ୍କ କପଡା ସିଲେଇ ଦୋକାନ । କରୋନା ସମୟରେ କିଛି କରିବାର ଚିନ୍ତା କରୁ କରୁ ଜଣେ ବନ୍ଧୁଙ୍କ ପରାମର୍ଶ କ୍ରମେ ଅରମ୍ଭ କଲେ କପଡା ତିଆରି କାରଖାନା, ଯାହା ତାଙ୍କୁ ବେସ ସଫଳତା ଆଣି ଦେଇଛି, ରବିନ୍ଦ୍ର ନିଜେ ରୋଜଘାରକ୍ଷମ ହେବା ସହିତ ତାଙ୍କ କାରଖାନାରେ ୪୦ ଜଣ ପିଲାଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି ।
ରବିନ୍ଦ୍ର ଦିଲ୍ଲି,ସୁରାଟ ଏବଂ କଲିକତାରୁ କଂଚାମାଲ ଆଣିଥାନ୍ତି । କପଡା ତିଆରି ପରେ ସ୍ଥାନୀୟ ବଜାରରେ ଦୋକାନୀ ମାନଙ୍କୁ ହୋଲସେଲ ଦରରେ ବିକ୍ରି ସହିତ ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ବ୍ୟବସାୟୀ ମାନଙ୍କୁ ବିକ୍ରି କରିଥାନ୍ତି । ରବିନ୍ଦ୍ର ବରମୁଣ୍ଡା ସହିତ ମାସ୍କ, ପ୍ୟାଂଟ ସାର୍ଟ, ବ୍ଲେଜର, ମୋଦୀ କୋର୍ଟ, ଲେହେଙ୍ଗା ପ୍ରଭୃତି ତିଆରି କରି ବିକ୍ରି କରିଥାନ୍ତି । ଏହା ସହିତି ବିଭିନ୍ନ ସ୍କୁଲ କଲେଜରୁ ଅଡର ଆଣି ୟୁନିଫର୍ମ ତିଆରି କରିଥାନ୍ତି ।
-୧୨ଖଣ୍ଡ ବରମୁଣ୍ଡା ତିଆରି ପାଇଁ ୧୫ଶହ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨ହଜାର ଟଙ୍କାରେ ବିକ୍ରି ହୁଏ
-୧୦୦ ମାସ୍କ ତିଆରି ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହୁଏ ଓ ୧୪୦୦ ଟଙ୍କାରେ ବିକ୍ରି ହୁଏ
-୧୦୦ ଖଣ୍ଡ ବ୍ଲାଉଜ ତିଆରି ପାଇଁ ୧୦ରୁ ୧୨ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରି ହୁଏ ୨୦ହଜାର ଟଙ୍କାରେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/08/vlcsnap-2021-08-01-21h34m01s843.png)