କନକ ବ୍ୟୁରୋ : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏଇ ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ବଲାଙ୍ଗୀର ସହରରେ ଅବସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିଲ । ପୂର୍ବାହ୍ନ ୧୦.୩୦ରେ ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ । ଛାତ୍ର, ଛାତ୍ରୀମାନେ, ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛା ଓ ଅଧ୍ୟାପିକା ଭକ୍ତି ପଢାରିଆ ମଞ୍ଚ ପରିଚାଳନା କରିଥିଲେ ।
ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବର୍ତ୍ତମାନ ସ୍ଥିତିର ପ୍ରତିଯୋଗିତା ମୂଳକ ପରିବେଶରେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ, ନିଜ ଉପରେ ବିଶ୍ୱାସ ରଖନ୍ତୁ, ଏବଂ ନିଜର ଦକ୍ଷତାକୁ ତ୍ୱରାନ୍ୱିତ କରନ୍ତୁ ବୋଲି କହିଥିଲେ । ଉତ୍ସବଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା.,(ସି.ଏଚ. ଏସ. ଇ )ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ( ବି. ଏସ. ସି ) ର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ଫର୍ମାସୀର ଅଧ୍ୟକ୍ଷ ଡ଼ -ପ୍ରଫୁଲ୍ଲ କୁମାର ସାହୁ, ବି. ଏସ. ସି ର ( ଏକାଡେମୀକ କୋ ଅର୍ଡି ନେଟର ) ଜୟ କୃଷ୍ଣ ମେହେର,ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ପୂଣ୍ୟତୋୟା ବିଶ୍ୱାଳ, ହେଲୋ କିଡ଼ସର ଅଧ୍ୟକ୍ଷା ସୁଷମା ମୁଣ୍ଡ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ସଫଳ ପରିଚାଳନା ସହ ଉପଯୁକ୍ତ ମାର୍ଗ ଦର୍ଶନ କରିଥିଲେ ।
ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ, ସେମାନେ ଜୀବନରେ କଠିନ ଅଧ୍ୟବସାୟ କରନ୍ତୁ ଓ ଅନୁଷ୍ଠାନ ପାଇଁ ଗୌରବ ଆଣନ୍ତୁ । ଏହାପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥଲା । ସେଞ୍ଚୁରିଅନ ବିଦ୍ୟାଳୟର (ସି. ବି. ଏସ. ଇ )ଯୁକ୍ତ ଦୁଇ ବିଜ୍ଞାନ ଦ୍ୱାଦଶ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଡାଙ୍ଗ (ବେଷ୍ଟ ଷ୍ଟ ଡେଣ୍ଟ ଅଫ ଦ ଇଅର )ର ପୁରସ୍କାରରେ ପୁରସ୍କୃତ ହୋଇଥିଲେ । (ସି ଏଚ ସି )ବିଜ୍ଞାନର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ପୁନମ ମେହେର,(ବି. ଏସ. ସି ) ବିଭାଗର ତୃତୀୟ ବର୍ଷର ଛାତ୍ରୀ ଶ୍ରୀୟା ରାଣୀ ହୋତା (ଏମ. (ଏମ. ଏସ. ସି )ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ସସ୍ମିତା ବାଗ, (ବି. ଫାର୍ମ ) ବିଭାଗର ଚତୁର୍ଥ ବର୍ଷର ଛାତ୍ର ନିହାର ରଞ୍ଜନ ଦାଶ , (ଡି. ଫାର୍ମ ) ଦ୍ଵିତୀୟ ବର୍ଷର ଛାତ୍ର ସୁନୀଲ କୁମାର ସାହୁ, (ଡି. ଏମ. ଏଲ. ଟି ) ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ ପ୍ରତୀକ୍ଷା ପଟନାୟକ , ସେଞ୍ଚୁରିଅନ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଦିଶା ଅଗ୍ରୱାଲ,ସମସ୍ତେ ନିଜ ନିଜ ବିଭାଗର (ବେଷ୍ଟ ଷ୍ଟୁଡେଣ୍ଟ ଅଫ ଦ ଇଅର ) ଭାବରେ ମନୋନୀତ ହୋଇ ପୁରସ୍କୃତ ହୋଇଥିଲେ । ଏହାପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗୀତ ଓ ନୃତ୍ୟ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଏଇକ୍ରମରେ ଅନୁଷ୍ଠାନର ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସଂଗୀତ, ନୃତ୍ୟ ଓ ନାଟକ ପରିବେଷଣ କରିଥିଲେ । ପରିଶେଷରେ ଧନ୍ୟବାଦ ଅର୍ପଣ ସମାରୋହ ଅନୁଷ୍ଠାନର ଅଧ୍ୟାପକ ଅରିନ୍ଦମ ପରିଛାଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା ।କାର୍ଯ୍ୟକ୍ରମ ଶେଷରେ ଏପରି ଏକ ଚିତ୍ତାକର୍ଷକ ଓ ଆକର୍ଷଣୀୟ ଉତ୍ସବର ଆୟୋଜନ ପାଇଁ ଅଭିଭାବକ ଓ ଅଭିଭାବିକା ମାନେ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କର ଭୁୟସୀ ପ୍ରଶଂସା କରିଥିଲେ । ବାସ୍ତବରେ ଉତ୍ସବଟି ଅନୁକରଣୀୟ ହୋଇଥିବା ସଙ୍ଗେ ସଙ୍ଗେ ସହରରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ଓ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।
Follow Us