ପୂଜାରେ ଅଘଟଣ ! ଭୁବନେଶ୍ୱର ବରମୁଣ୍ଡା ପଡିଆରେ ଭାଂଗିଗଲା ରାମଦୋଳି

48

କନକ ବ୍ୟୁରୋ: ପୂଜାରେ ଅଘଟଣ । ଭାଂଗିଗଲା ରାମଦୋଳି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ପଡିଆରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି । ଦୋଳିରେ ବସି କିଛି ଲୋକ ମଜା ଉଠାଉଥିବା ବେଳେ ହଠାତ୍ ତାହା ଭାଂଗି ଯାଇଥିଲା । ପରେ ସେଥିରେ ବସିଥିବା କିଛି ଲୋକ ଫସିଯାଇଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ଦୋଳିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏକ ନିଶ୍ଚିତ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଲୋକେ ।

ସେପଟେ ଅଗ୍ନିଶମ ବିଭାଗ କହିଛି, ମୀନା ବଜାର ପାଇଁ ଏନଓସି ନଥିଲା । ଗତକାଲି ମାଆଙ୍କ ମହାଷ୍ଟମୀ ଥିବା ବେଳେ ବରମୁଣ୍ଡା ପଡିଆରେ ହଜାର ହଜାର ଲୋକଙ୍କ ଗହଳି ଜମିଥିଲା । ଲୋକେ ପୂଜା ଦେଖିବା ସହ ମୀନାବଜାରରେ ମଜା ଉଠାଉଥିଲେ । ଏତିକିବେଳେ ରାମଦୋଳି ଭାଂଗିବା ଲୋକଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ସୃଷ୍ଟି କରିଥିଲା ।

ସୂଚନା ମୁତାବକ, ଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ବରମୁଣ୍ଡା ପଡିଆରେ ପଡିଥିବା ଏକ ରାମଦୋଳି ଯୋଗୁ ଯାତ୍ରୀଙ୍କୁ ହଟହଟା ହେବାକୁ ପଡିଛି । ଏହି ଦୋଳି ବୁଲିଥିବା ବେଳେ ହଠାତ୍ ଖରାପ ହୋଇଯାଇଥିଲା । ଫଳରେ ଏଥିରେ ବସିଥିବା ଲୋକେ ଆତଙ୍କିତ ହୋଇ ପାଟିତୁଣ୍ଡ କରିଥିଲେ । ପରେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଦମକଳ କର୍ମଚାରୀ ଆସି ଘଟଣାସ୍ଥଳରେ ପହଞ୍ଚ ବଡ଼ ବଡ଼ ସିଡି ଲଗାଇ ଲୋକଙ୍କୁ ଉକ୍ତ ଦୋଳିରୁ ଉଦ୍ଧାର କରିଥିଲେ ।