ରେଳ ଫାଟକ ଭିତରେ ମୃତ୍ୟୁର ଭୟ ! ଫାଟକ ଅତିକ୍ରମ କରୁଥିବା ବେଳେ ହଠାତ୍ ପଡିଲା ଗେଟ୍ । ମାଡି ଆସୁଥିଲା ଲୌହ ଦାନବ, ଅଳ୍ପକେ ବର୍ତ୍ତିଲେ ୫୦ ଲୋକ

Advertisment

କନକ ବ୍ୟୁରୋ: ରାଉରକେଲା ଏକ ବଡ ଦୁର୍ଘଟଣା ଟଳିଯାଇଛି । ଆଇଟିଆଇ ରେଳ ଫାଟକ ଭିତରେ ମୃତ୍ୟୁର ଭୟକୁ ଅତି ପାଖରୁ ଅନୁଭବ କରିଛନ୍ତି ରାଉରକେଲାବାସୀ । ଫାଟକ ଅତିକ୍ରମ କରୁଥିବା ବେଳେ ହଠାତ୍ ଗେଟ୍ ପଡିଯିବାରୁ ଫାଟକ ଭିତରେ ଫସି ଯାଇଥିଲେ ୫୦ରୁ ଅଧିକ ଲୋକ । ଆଉ ଏତିକି ବେଳେ ହାୱଡା ମୁମ୍ବାଇ ଦୂରାନ୍ତ ଏକ୍ସପ୍ରେସ ମାଡି ଆସୁଥିବା ଦେଖି ପ୍ରାଣ ବିକଳରେ ଗାଡି ଛାଡି ଫାଟକ ଭିତରୁ ବାଡ ତଳେ ପଶି ଦୌଡି ପଳାଇ ଆସିଥିଲେ ଲୋକେ ।

publive-image

ରାଉରକେଲା ଆଇଟିଆଇରେ ରେଳ ଫାଟକ ଭିତରେ ମୃତ୍ୟୁର ଭୟକୁ ଅତି ପାଖରୁ ଦେଖିଛନ୍ତି ଯାତ୍ରୀ । ରେଳ ଫାଟକର ଉଭୟ ପାଶ୍ୱର୍ରେ ଶତାଧିକ ଲୋକ ଯାନବାହନ ସହିତ ଆରପଟକୁ ଯିବାକୁ ଅପେକ୍ଷା କରିଥିଲେ । ଆଉ ମାଲବାହୀ ଟ୍ରେନ ଯିବା ପରେ ଫାଟକ ଖୋଲିବା କ୍ଷଣି ଉଭୟ ପାଶ୍ୱର୍ରୁ ଗାଡି ମଟର ରେଳଧାରଣା ଅତିକ୍ରମ କରୁଥିବା ବେଳେ ପୁଣି ଫାଟକ ଗେଟ୍ ପଡିଯାଇଥିଲା ।

publive-image

ଫଳରେ ଦୁଇ ଫାଟକ ଭିତରେ ୫୦ରୁ ଅଧିକ ଲୋକ ଗାଡି ସହ ଅଟକି ଯାଇଥିଲେ । କାରଣ ସେତିକି ବେଳେ ହାୱଡା ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ ମାଡି ଆସୁଥିବାର ସୂଚନା ପାଇଥିଲେ ଫାଟକ ଦାୟିତ୍ୱରେ ଥିବା ରେଳ କର୍ମଚାରୀ । ତେବେ ସମସ୍ତ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଥିବା କହିଛନ୍ତି ରେଳବାଇ କର୍ତୃପକ୍ଷ ।

publive-image

ହାୱଡା ମୁମ୍ବାଇ ଦୂରନ୍ତ ଏକ୍ସପ୍ରେସ ମାଡି ଆସୁଥିବା ଦେଖି ଲୋକେ ପ୍ରାଣ ବିକଳରେ ଗାଡି ଛାଡି ଫାଟକ ଭିତରୁ ବାଡ ତଳେ ପଶି ଦୌଡିଥିଲେ । ତେବେ ଏକ ବଡ ଧରଣର ଦୁୂର୍ଘଟଣା ଟଳିଯାଇଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe