ଜଙ୍ଗଲୀ ଜନ୍ତୁ ଓ ମଣିଷର ନିବିଡ ସମ୍ପର୍କର କାହାଣୀ : ନାଁ ଧରି ଡାକିଲେ ଛୁଟି ଆସୁଛି ଜଙ୍ଗଲୀ ବାରହା

ଜଙ୍ଗଲୀ ଜନ୍ତୁ ଓ ମଣିଷର ନିବିଡ ସମ୍ପର୍କର କାହାଣୀ : ନାଁ ଧରି ଡାକିଲେ ଛୁଟି ଆସୁଛି ଜଙ୍ଗଲୀ ବାରହା

କନକ ବ୍ୟୁରୋ : ନାଁ ଧରି ଡାକିଲେ ଛୁଟି ଆସୁଛି ଜଙ୍ଗଲୀ ବାରହା । ରାଜୁ ରାଜୁ ଡାକ ଶୁଣିବା ମାତ୍ରେ ଜଙ୍ଗଲ ଭିତରୁ ଖସି ଆସେ ଏକ ବିଶାଳ କାୟ ବାରହା ଟିଏ । ଜଙ୍ଗଲୀ ଜନ୍ତୁ ଓ ମଣିଷଙ୍କ ଏପରି ଏକ ନିବିଡ ସମ୍ପର୍କର କାହାଣୀର ଏହି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ସହର ଜଗନ୍ନାଥ ମନ୍ଦିର ସାହି ମହେନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି ୨୫ ବର୍ଷ ପୁର୍ବେ ବନ୍ୟା ଜଳରେ ଭାସି ଆସିଥିବା ଏକ ଏକ ବାରହା ଛୁଆକୁ ଉଦ୍ଧାର କରି ଲାଳଣ ପାଳଣ କରି ବଡ କରିଥିଲେ ।

ନାଁ ରଖିଥିଲେ ରାଜୁ ।  ବିସ୍କୁଟ ଓ ଭୋଗ ଏବେ ରାଜୁର ପ୍ରିୟ ଖାଦ୍ୟ । ଆନେକ ଥର ଜଙ୍ଗଲ ଭିବାଗର ଅଧିକାରୀମାନେ ରାଜୁକୁ ଧରି ନେଇ ଜଙ୍ଗଲରେ ଛାଡିବା ଉଦ୍ୟମ କରି ବିଫଳ ହୋଇଥିବା କୁହନ୍ତି ମହେନ୍ଦ୍ର ପାତ୍ର । ଆଉ ଏବେ ଏହି ବିଶାଳ କାୟ ବାରହାଟି ମାଲକାନଗିରି ସହର ସହ ପାଖ ମଲ୍ଲିକେଶ୍ୱର ପର୍ବତରେ ଅଣାୟାସରେ ଘୁରି ବୁଲୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe