ପିପିଲି ଫଳାଫଳ : ଚତୁର୍ଥ ରାଉଣ୍ଡରେ କଡା ଟକ୍କର । ଜାଣନ୍ତୁ ଚତୁର୍ଥ ରାଉଣ୍ଡରେ କାହାକୁ ମିଳିଛି କେତେ ଭୋଟ?

330

କନକ ବ୍ୟୁରୋ : ପିପିଲି ଆସନ ପାଇଁ ଭୋଟ ଗଣତି ଚାଲିଛି । ପ୍ରଥମ ୩ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବଡ ବ୍ୟବଧାନରେ ଆଗରେ ରହିଥିଲେ ମଧ୍ୟ ଚତୁର୍ଥ ରାଉଣ୍ଡରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଚତୁର୍ଥ ରାଉଣ୍ଡରେ ମାତ୍ର ୯୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ଚତୁର୍ଥ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ୩୩୫୭ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୨୬୧ଟି ଭୋଟ ପାଇଛନ୍ତି । ଅଥାର୍ତ ବିଜେଡି ପ୍ରାର୍ଥୀ ମାତ୍ର ୯୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ଚତୁର୍ଥ ରାଉଣ୍ଡରେ ବିଜେଡି-ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି ।

ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ୧୬୯୬୮ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୧୮୨୮ଟି ଭୋଟ ପାଇଛନ୍ତି । ସେହିଭଳି ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସକୁ ମାତ୍ର ୧୩୮୨ଟି ଭୋଟ ମିଳିଥିବା ବେଳେ ନୋଟାରେ ପଡିଛି ୧୮୪ଟି ଭୋଟ । ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଛାଡିଦେଲେ ଅନ୍ୟ ପ୍ରାର୍ଥୀଙ୍କ ଅପେକ୍ଷା ନୋଟାରେ ଅଧିକ ଭୋଟ ପଡିଛି ।

ପଂଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ପିପିଲି ଫଳାଫଳ ସାଜିଛି ଏସିଡ଼ ଟେଷ୍ଟ  । ରୁଦ୍ର ମହାରଥୀ, ଆଶ୍ରିତ ପଟ୍ଟନାୟକ ଓ ବିଶ୍ୱକେଶନ ହରିଚନ୍ଦନଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ  କିଏ ମାରିବ ମାରିବ ବାଜି, ରହିଛି ସମସ୍ତଙ୍କ ନଜର  । ଭୋଟ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ଚାଲିଛି  । ଆଉ ଏଥିପାଇଁ ୬୨ ଅଧିକାରୀ ନିୟୋଜିତ ହୋଇଛନ୍ତି ।