ବନ୍ଧାହେଲେ ଅପରାଜିତାଙ୍କ ସହଯୋଗୀ । ପୋଷ୍ଟର ମରା ଘଟଣାରେ ଗଣ୍ଡଗୋଳକୁ ନେଇ ଗିରଫଦାରୀ ।

ମାରପିଟ କରିଥିବା ଅଭିଯୋଗରେ ଅପରାଜିତାଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୁଚନା ମିଳିଛି ।

437

କନକ ବ୍ୟୁରୋ: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ନୁଆ ମୋଡ ନେଇଛି । ଗତକାଲି ରାତିରେ ପୋଷ୍ଟରମରା ଘଟଣାକୁ ନେଇ ହୋଇଥିବା ଏକ ଗଣ୍ଡଗୋଳ ମାମଲାରେ ଲକ୍ଷ୍ମୀସାଗର ପୁଲିସ ଦସ୍ୱବ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇଜଣଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅତି ଘନିଷ୍ଠ ବ୍ୟକ୍ତିଥିବା ସୁଚନା ମିଳିଛି ।

ପୁରା ଘଟଣାକ୍ରମ ଥିଲା କିଛି ଏହିଭଳି । ସାଂସଦ ଅପରାଜିତା ଷଡଙ୍ଗୀ ନିଖୋଜ ବୁଲି ରାଜଧାନୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏହାକୁ କିଏ ଲଗାଇଲା ଆଉ କାହିଁକି ଲଗାଇଲା ଚର୍ଚ୍ଚା ଭିତରେ ନୁଆ ଏକ ଦିଗ ସାମ୍ନାକୁ ଆସିଥିଲା । ସୁଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କିଛି ଯୁବକ ପେଷ୍ଟର ମାରୁଥିବା ବେଳେ ଅପରାଜିତା ଷଡଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଏହାକୁ ଦେଖିଥିଲେ ଏବଂ ଏହାର ପ୍ରତିବାଦ କରିଥିଲେ । ଏହାପରେ ଘଟଣସ୍ଥଳରେ ମାରପିଟ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଉ ମାମଲା ପହଁଚିଥିଲା ଥାନାରେ ।

ବଡ କଥା ହେଉଛି, ମାମଲା ରୁଜ୍ଜୁ କରିଥିବା ବ୍ୟକ୍ତି ନିଜେ ପୋଷ୍ଟର ମାରୁନଥିଲେ ବୋଲି ଏତଲାରେ ଦର୍ଶାଇଥିଲେ । ଅପରାଜିତାଙ୍କ ସହଯୋଗୀ ଜବରଦସ୍ତି କିଛି ପୋଷ୍ଟର ସେମାନଙ୍କ ପାଖରେ ରଖି ଗଣ୍ଡଗୋଳ ଆରମ୍ଭ କରିଥିବା ଅଭିଯୋଗ କରିଥିଲେ । ଯାହା ପରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୁଲିସ ଏହି ମାମଲାରେ ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଛି । ମାରପିଟ କରିଥିବା ଅଭିଯୋଗରେ ଅପରାଜିତାଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୁଚନା ମିଳିଛି ।